ଗ୍ରାମବାସୀଙ୍କ ଏକତା ଓ ଉତ୍ସାହରେ ଅନୁଷ୍ଠିତ ଗଣେଶଙ୍କ ବିସର୍ଜନ ଯାତ୍ରା
ଝରିଗାଁ, ୦୪ / ୦୯ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ପରିଆ ଗ୍ରାମ ଠାରେ ଆଜି ବିଦ୍ୟା ଓ ବୃଦ୍ଧିର ପ୍ରତୀକ ବିଘ୍ନ ବିନାସକ ଶ୍ରୀ ଗଣେଶ ଙ୍କ ର ଭଶାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମରେ ଦୀର୍ଘ ଦିନ ଧରି ଗଜାନନ ଙ୍କର ପୂଜା ମହୋଉତ୍ସବ ଚାଲି ଆସୁଥିଲା । ନବମ ଦିନ ରେ ଗଜାନନ ଙ୍କ ଭଶାଣି ଉତ୍ସବ ରେ ଗ୍ରାମର ସମସ୍ତ ଲୋକେ ଯୋଗ ଦେଇଥିବା ଜଣାପଡିଛି। ଗ୍ରାମର ତିନି ସାହୀ ରେ ଏବର୍ଷ ଭିନ୍ନ ଭିନ୍ନ ରୂପରେ ଗଣେଶଙ୍କ ମୂର୍ତ୍ତି ତିଆରି କରିଥିବାରୁ ଅଞ୍ଚଳରେ ବିଶେଷ ଭାବରେ ପୂଜା ଆକର୍ଷଣ ହୋଇଥିଲା। ଏବର୍ଷ ନିଆରା ସୌନ୍ଦର୍ଯ୍ୟ ଓ କଳା ସଂସ୍କୃତି ଶ୍ରଦ୍ଧାଳୁଙ୍କୁ ନାଛ ଗୀତ ଆୟୋଜନ ପୂଜାକୁ ଆହୁରି ଭବ୍ୟ କରିଥିଲା ।
ପୂଜା ଦେଖିବାକୁ ପ୍ରତିଦିନ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ସମାଗମ କରିଥିଲେ। ଆଜି ଗଜାନନ ଙ୍କ ବିସର୍ଜନ ରେ ଗ୍ରାମର ପ୍ରାୟ ୫୦୦ ରୁ ଅଦିକ ପୁଅ ଝିଅ ସାଙ୍ଗକୁ ଗ୍ରାମର ଭଦ୍ରବ୍ୟକ୍ତି ଡିଜେ ବାଜା ବଜାଇ ନାଛ ଗୀତରେ ଗ୍ରାମର ତିନି ସାହୀ ଗଣେଶ ଙ୍କୁ ପରିକ୍ରମା କରି ଭାସକେଳ ନଦୀ କୂଳକୁ ନିଆଯାଇଥିଲା ଏଥିରେ ଗ୍ରାମର ତିନି ସାହୀର କମିଟିର ସଦସ୍ୟା ମାନେ ଆନନ୍ଦ ଭତ୍ରା, ମଙ୍ଗନାଥ ଭତ୍ରା, ଜଗବନ୍ଧୁ ପୂଜାରୀ, ଶିବ ଭତ୍ରା. ପିତମ ପନକା, ଉମେଶ ଭତ୍ରା, ପଲ୍ଳାଦ ଭତ୍ରା, ଅଜିତ ଭତ୍ରା, ରୂପ ସିଂ ଭତ୍ରା, ପିତମ ଭତ୍ରା' କପି ଲାସ ଗଣ୍ଡ, ବେନୁ ଭତ୍ରା. ନକୁଳ ଭତ୍ରା, ସୁକମନ ଭତ୍ରା, ନରେଶ କୁମାର, ଭଗବାନ ଭତ୍ରା, ମିଟୁ ଚଳାନ ସମସ୍ତେ ଉପସ୍ଥିତ ରହି ବିଘ୍ନ ବିନାସନ ଙ୍କ ମେଲାଣି ଯାତ୍ରା ରେ ସାମିଳି ହୋଇଥିଲେ।