ଯାତ୍ରୀ ବିଶ୍ରାମ ଗୃହ ଆବର୍ଜନାରେ ଭର୍ତ୍ତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି।
ଖଜୁରୀପଡା, ୦୨/୦୯(ଅଚ୍ୟୁତ ଯାନୀ ଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସି ପଡା ପଞ୍ଚାୟତ ପେନୁଛକ ଠାରେ ଥିବା ଯାତ୍ରୀ ବିଶ୍ରାମ ଗୃହ ଆବର୍ଜନାରେ ଭର୍ତ୍ତି ହୋଇ ଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଯାତ୍ରୀମାନେ ଯିବା ଆସିବା ସମୟରେ ବସ୍ ଅପେକ୍ଷା କରିବା ପାଇଁ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରାଯାଇ ଥିବା ବେଳେ ସେଥିରେ ବର୍ତ୍ତମାନ ଅଳିଆ ଆବର୍ଜ୍ଜନା ହୋଇଥିବା ହେତୁ ଲୋକ ମାନେ ବିଶ୍ରାମ ଗୃହରେ ବସ୍ ଅପେକ୍ଷା କରିବା ପାଇଁ ରହି ପାରୁନାହାନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।