Hot Posts

6/recent/ticker-posts

ମନରେଗା କାର୍ଯ୍ୟରେ ଗାଁ ସାଥୀଙ୍କ ମନମୁଖୀ କାମରେ ହିତାଧିକାରୀ ଅସନ୍ତୋଷ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ।

ଖଜୁରୀପଡା, ୦୨/୦୯ (ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ) : ମାହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ସରକାର ଗରିବ ଲୋକ ମାନଙ୍କୁ କାମ ଦେଇ ଆସୁଥିବାବେଳେ କିଛି କାମ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀ ମାନଙ୍କ ପାଇଁ ହିତାଧିକାରୀ କାମରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ନଗଲେଜୁ ଗ୍ରାମର ମନରେଗା ଯୋଜନାର କାମ ଚାଲିଥିବାବେଳେ ଗାଁ ସାଥୀ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଜବକାର୍ଡ ହିତାଧିକାରୀ ମାନେ କାମ କରିବାରୁ ବଞ୍ଚିତ ହେଉଛନ୍ତି । ଗ୍ରାମର ନିଷ୍ପତ୍ତି ପ୍ରକାରେ ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କୁ କମିଟି ମାଧ୍ୟମରେ ଅବଗତ କରି କାମ ପାଇଁ ମଷ୍ଟରରୋଲ ବାହାର କରିବା ପାଇଁ ବୈଠକରେ ଧାର୍ଯ୍ୟ କରାଯାଇଛି କିନ୍ତୁ ତାହା ସଠିକ ଭାବେ ଅବଗତ କରାଯାଉ ନାହିଁ । ବ୍ୟକ୍ତିଗତ ଭାବେ ଗାଁ ସାଥୀକୁ ମଷ୍ଟରରୋଲ ବାହାର କରିବା ପାଇଁ ଜଣାଇଲେ ମଧ୍ୟ ତାହା କରୁନାହାନ୍ତି । ଯାହା ଫଳରେ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରୁ ଦାବି ହେଉଛି ।