ଦାମନଯୋଡ଼ିରେ ସୁବତି ପାଢ଼ୀ ଆଲୁମିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭବ୍ୟ ଉଦ୍ଘାଟନ
ଦାମନଯୋଡି, ୦୩ / ୦୯ (ଆ ପ୍ର) ( ରଜତ ବାଘ ) : ଦାମନଯୋଡି ଅନ୍ତର୍ଗତ ମରିଚମାଳ ଗ୍ରାମ ପଞ୍ଚାୟତ ନିକଟସ୍ଥ ତରାଲଗୁଡ଼ା ଗ୍ରାମ ନିକଟରେ, ସୁବତି ପାଢ଼ୀ ଆଲୁମିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉଦ୍ଘାଟନ ହୋଇଯାଇଛି । ଶ୍ରୀଯୁକ୍ତ ରାମ କାଡ଼ାମ ପଟାଙ୍ଗି ବିଧାୟକ (କଂଗ୍ରେସ ବିଧାୟକ) ଓ ଦଳର ନେତାଙ୍କ ଦ୍ଵାରା ଉକ୍ତ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମ୍ନ ଲିଖିତ ସମ୍ମାନୀୟ ଅତିଥି ବୃନ୍ଦ ଉପସ୍ଥିତ ରହି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସସ୍ମିତା ମେଲେକା, ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିଲି ଅଣ୍ଟାବେଡିଆ, ଉପାଧ୍ୟକ୍ଷ ଶିବ ବାଙ୍ଗାରି, କୋରାପୁଟ ଜିଲ୍ଲାପରିଷଦ ସଦସ୍ୟ ମିହିର କୁଲଦୀପ , ସିମିଳିଗୁଡା ଜିଲ୍ଲାପରିଷଦ ସଦସ୍ୟ ମୋହନ ଜାନୀ, ଏସ ପି ଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କମିଟିର ସଭାପତି ପୂର୍ବତନ ବିଧାୟକ ପିତମ ପାଢ଼ି, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପ୍ରଫୁଲ୍ଲ ପାଙ୍ଗି, ସମ୍ପାଦକ ଅନନ୍ତରାମ୍ ମାଟାମ,ତଥା ଡ.ଆମ୍ବେଦକର ଆସୋସିଏସନର କମିଟି ସଭାପତି ଶେଖର ଇଡିଂ, ସଧାରଣ ସମ୍ପାଦକ ହାରେଶ ହେନ୍ତାଳ, କସାଧକ୍ଷ ଲବ ଶ୍ରୀହରିଆ, ମୁଖ୍ୟ ଉପଦେଷ୍ଟା ଓ ସମାଜ ସେବୀ ଶ୍ରୀଯୁକ୍ତ ରଜତ କୁମାର ବାଘଙ୍କ ସହ ରମିଳ କୁଲଦୀପ , ସୁରେନ୍ଦ୍ର ହିଆଲ୍ ତାଛଡ଼ା ମନଜ ବାଘ , ଦୟାସିନ୍ଧୁ ବାଘ, ୱାର୍ଡ ମେମ୍ବର ତୈଳ ବାଘ, ବିଜୟ ସାଆନ୍ତା, ଆଡ୍ବିନ୍ ଖରା, ମାଲିକ ବାଘ, ସୁଦାମ କୁଲଦୀପ ପ୍ରମୁଖ ଉପସ୍ଥିତ ରହିଥିଲେ। ଭେଜାପୁଟ ସ୍ଥିତ ଆମ୍ବେଦକର ଛକ ଠାରେ ଅମ୍ବେଦକର ସଦସ୍ୟ ଗଣ ବିଧାୟକ ଶ୍ରୀଯୁକ୍ତ ରାମ କାଡ଼ାମଙ୍କୁ ପାଛୋଟି ନେଇ ଫୁଲ ହାର, ଶାଲ୍ ଓ ପୁଷ୍ପ ଗୁଛା ଦେଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ବିଭିନ୍ନ ନାରା ଓ ସ୍ଲୋଗାନ ଦେଇ ଭେଜାପୁଟ ସହର ପରିକ୍ରମା କରିଛନ୍ତି।
ଦାମନଯୋଡି ରୁ ରଜତ ବାଘଙ୍କ ରିପୋର୍ଟ୍ ନବଦୂତ ନ୍ୟୁଜ ଓଡିଶା।