ସାଇବର ସୁରକ୍ଷା ନେଇ ଆଇନ ସଚେତନତା ଶିବିର।
ଜୟପୁର, ୦୨।୦୯ ( ଏ. ଭେଙ୍କଟ ରାଓ ) :ସୋସିଆଲ ମିଡିଆ ପ୍ଲାଟଫର୍ମର ସୁରକ୍ଷା ଏବଂ ସାଇବର ଆଇନ ଏବଂ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ତରଫରୁ ବାରିଣିପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟଠାରେ ଆଇନ ସଚେତନତା ଶିବିର ଶ୍ରୀ ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ତତ୍ବବଧାନରେ ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜତା ସଚିବ ତଥା ବିଚାରପତି ଜିଲ୍ଲା ଆଇନ ସେବାପ୍ରାଧିକରଣ କୋରାପୁଟ ଜୟପୁର ଯୋଗଦେଇଥିଲେ। ଅନ୍ୟ ଅତିଥିଗଣଙ୍କ ମଧ୍ୟରେ ଡ. ବି ଗାୟତ୍ରୀ ଦେବୀ ସ୍ପେସିଆଲ ପି.ପି. ପୋକ୍ସ କୋର୍ଟ, ଶ୍ରୀମତୀ ଭବାନୀ ପ୍ରଧାନ, ଡି.ଏସ.ପି ସାଇବର ଥାନା କୋରାପୁଟ, ଶ୍ରୀ ଅନନ୍ତ ମୁଦୁଲି, ରାମେଶ୍ୱରୀ ହିକକା, ସହକାରୀ ଶ୍ରମ ଅଧିକାରୀ, ଜୟପୁର,ବାରିଣିପୁଟ ଗ୍ରାମପ଼ଞ୍ଚାୟରୁ କାହ୍ନୁ ଚରଣ ଦଣ୍ଡସେନା, ପି.ଓ, ଶ୍ରୀମତୀ ପଦମା ନନ୍ଦିବାଲି, ସରପଞ୍ଚ ଯୋଗଦେଇଥିଲେ। ସାଧାରଣ ଜନତାଙ୍କ ପାଇଁ ସାଇବର ସୁରକ୍ଷା ବିଷୟରେ କହିଥିଲେ ଯେ ସର୍ବଦା ଜଟିଳ ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ ପାସୱାର୍ଡକୁ କଦାପି ଅନ୍ୟଆଗରେ ପ୍ରକାଶ କରନ୍ତୁ ନାହିଁ। ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ, ଅନଲାଇନ୍ ରେ ବ୍ୟାଙ୍କିଙ୍ଗ, ସପିଙ୍ଗି ଇତ୍ୟାଦି ପାଇଁ ସର୍ବସାଧାରଣ କମ୍ପୁଟର ବ୍ୟବହାର କରନ୍ତୁ ନାହିଁ, ଅନଲାଇନ ଆର୍ଥିକ କାରବାରରେ ସତର୍କତା ରୁହନ୍ତୁ ଜିଲ୍ଲା ଶ୍ରମ କାର୍ଯ୍ୟଳୟରୁ ଯୋଗଦେଇଥିବା ଅଧିକାରୀ କହିଥିଲେଯେ ଶ୍ରମ ଆଇନର ଅପର୍ଯ୍ୟାପ୍ତ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟକାରୀତା ଯୋଗୁଁ ପ୍ରବାସୀ ଶ୍ରମିକମାନେ ପ୍ରାୟତଃ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି ଯାହା ଫଳରେ ଅନୁଚିତ ମଜୁରୀ ଅସୁରକ୍ଷିତ କାର୍ଯ୍ୟ ପରିସ୍ଥିତି ସାମାଜିକ ସୁରକ୍ଷାର ଅଭାବ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇବାରେ ଅସୁବିଧା ଭଳି ସମସ୍ୟା ଉପୁଜେ। ଅନେକ ପ୍ରବାସୀ ଶ୍ରମିକ ଚାକିରିର ଅନୌପଚାରିକ ପ୍ରକୃତି ଏବଂ ପ୍ରବାସ ଢାଞ୍ଚା ଉପରେ ବ୍ୟାପକ ତଥ୍ୟର ଅଭାବ ଯୋଗୁଁ ଏହି ସମସ୍ୟା ଗୁଡ଼ିକ ଆହୁରି ବଢ଼ିଯବ