Hot Posts

6/recent/ticker-posts

ଓସିଏ ବୈଠକକୁ ଗଲେ ନାହିଁ ଜିଲ୍ଲା କ୍ରୀଡ଼ା ଅଧିକାରୀ।



ଜୟପୁର, ୦୨।୦୯ ( ଏ. ଭେଙ୍କଟ ରାଓ ) :ପୁରୀ ଠାରେ ହୋଇଥିବା ଓସିଏ ସୁତନ୍ତ୍ର ସାଧାରଣ ପରିଷଦ ବୈଠକ ୩୧ ଅଗଷ୍ଟରେ ଯୋଗ ଦେବାକୁ ଗୋଲେ ନାହିଁ ଜିଲ୍ଲା କ୍ରୀଡ଼ା ଅଧିକାରୀ।କୋରାପୁଟ ଜିଲ୍ଲାରେ ଜିଲ୍ଲା କ୍ରୀଡ଼ା ସଂଘ ବିଗତ ୪ ବର୍ଷ ଭାଙ୍ଗି ଯାଇଥିବା ବେଳେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ନଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ପୁରୀ ଠାରେ ଆୟୋଜିତ ଓଡ଼ିଶା କ୍ରିକେଟ ଆସସିଏସୋନର ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକରେ ଯୋଦେବାପାଇଁ ଗଲେ ନାହିଁ ଏହା ଜିଲ୍ଲାର କ୍ରିକେଟ ଖେଳାଳି ମାନଙ୍କ ପାଇଁ ରୋହିଥିବା ଏକ ଅବଶର ହୋରାଇଲେ ବୋଲି ଜିଲ୍ଲା କ୍ରିକେଟ ପ୍ରେମୀ ମାନେ କ୍ଷୋବ ପ୍ରକାଶ କରିଥିଲେ ଏବଂ ରାଜ୍ୟ କ୍ରିକେଟ ଆସସିଏସୋନ ଜିଲ୍ଲା ମାନଙ୍କୁ କାହିଁକି କ୍ରିକେଟ ଖେଳ ସମ୍ବନ୍ଧରେ କୌଣସି ସୁଚନା ଦେଉନାହାଁନ୍ତି ବୋଲି ପ୍ରଶ୍ନ କରିବା ସହ ଜିଲ୍ଲାପାଳ ଏଥି ପ୍ରତି ସୁତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଲେ ସ୍ଥାଣୁ ହୋଇ କାର୍ଯ୍ୟକ୍ଷମ ନଥିବା ଜିଲ୍ଲା କ୍ରୀଡା ସଂଘରୁ ଅନୁପ କୁମାର ପାତ୍ରଙ୍କୁ ଜିଲ୍ଲା ପ୍ରଶାସନ ଓସିଏ ବୈଠକରେ ଯୋଗ ଦେବାକୁ ଅନୁମତି ପ୍ରଦାନ କରିଥିଲେ। ଯେଉଁ ଜିଲା କ୍ରିଡ଼ା ସଂଘ ଅଦାଲୋତି କାରବାର ନଂ ଡାବ୍ଲୁ ପି ସି ୧୮୨୨୦/୨୫ ନ୍ୟାୟାଳୟର କୋଡ ନଂ ୨୮୯୯୦୦ ରେ ଛନ୍ଦି ହୋଇ ରହିଛି। ବର୍ତମାନ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଦାଇତ୍ୱରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରୋହିଥିବା ବେଳେ ନିଜେ ନଯାଇ ସେହି ସଂଘର ଜଣେ ପୂର୍ବତନ ସଭ୍ୟଙ୍କୁ କେଉଁ ଆଧାରରେ ଓସିଏ ବୈଠକରେ ଯୋଗ ଦେବାକୁ ଅନୁମତି ଦିଆଗଲା ଏହା ଜିଲ୍ଲା ପ୍ରଶାସନର ନିଷ୍ପତି ନା ରାଜ୍ୟରେ ଥିବା ତୃତୀୟ ମହଲାରୁ କାହା ଚାପରେ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।