କୁଈଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ
କନ୍ଧମାଳ, ୨୪/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ଲାଇନ୍ ପଡା ସ୍ଥିତ କୁଇଦିନା ଇନ୍ଦିରାଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ଯୋଜନା ସେବା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜାତୀୟ ସେବା ଦିବସ ବିଷୟରେ ଏକ ଆଲେଚନା ସଭା କରାଯିବା ସହିତ ସଚେତନ କରାଯାଇଥିଲା ଏବଂ ପରେ ବିଦ୍ୟାଳୟ ଚତୃପାର୍ଶ୍ୱରେ ୮୦ ଜଣ ସ୍ୱେଚ୍ଛାସେବୀ ସଫା କରିଥିଲେ । ଏଥିରେ ବିଦ୍ୟାଳୟ ଅଧ୍ୟାପିକା ସସ୍ମିତା ପାଳ, ଶୁଭଶ୍ରୀ ଦିଗାଲ, ଅଧ୍ୟାପକ ଜିତେନ୍ଦ୍ର ମହାନ୍ତି, ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ଅମୀୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଯୋଜନା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଦିଗାଲ ପରିଚାଳନା କରିଥିଲେ ଏବଂ ସ୍ୱେଚ୍ଛାସେବୀ ପ୍ରିୟମ୍ବଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।