ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
କନ୍ଧମାଳ, ୧୮/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅତିରିକ୍ତ ଶ୍ରେଣୀ ଗୃହ ଠାରେ କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ଦ୍ଵାରା ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ରମାକାନ୍ତ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଫୁଲବାଣୀ ସାଇବର ଥାନା ଆଇ ଆଇ ସି ଶ୍ରୀମତୀ ଗେଲ୍ଲି କୁମାରୀ ସାହୁ, ଖଜୁରୀପଡ଼ା ଥାନା ଏସ ଆଇ ଶ୍ରୀ ଦୀନବନ୍ଧୁ ପ୍ରଧାନ, ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର କର ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାରା ଲିଗାଲ ସ୍ବେଚ୍ଛାସେବୀ ଶ୍ରୀ ଅଶୋକ ପ୍ରଧାନ ସମସ୍ତ ଅଥିତିଙ୍କ ପରିଚୟ ପ୍ରଦାନ କରିଥିଲେ। ଏ.ଆଇ ବ୍ୟବହାର କରି ଭାରତର ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ଵାରା ପ୍ରଦତ୍ତ ରାୟ ଗୁଡ଼ିକର ଇଂରାଜୀ ରୁ ଆଞ୍ଚଳିକ ଭାଷା କୁ ସୁଭାଷ ମାଧ୍ୟମ ରେ ଅନୁବାଦ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ରହିଥିବା ଭିଡିଓ କନ୍ଫରେନ୍ସିଂ ନିୟମ-୨୦୨୦ ଓ ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଆଇ.ସି.ଟି, ଏ. ଡି. ଆର୍ ନିୟମ - ୨୦୦୭ , ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ମଧ୍ୟସ୍ଥତା ନିୟମ - ୨୦୦୭ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ବିଦ୍ୟାଳୟ ଅଧ୍ୟାପକ ପ୍ରମୋଦ କୁମାର ନାୟକ,ବାସୁଦେବ ସାହୁ,ସମୀର କୁମାର ବେହେରା, ରଶ୍ମିରଞ୍ଜନ ଲେଙ୍କା, ରାମକୃଷ୍ଣ ପଣ୍ଡା, ରଞ୍ଜନ କୁମାର ବେହେରା, ପ୍ରଫୁଲ୍ଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷ ରେ ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରମୋଦ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।