ଖଜୁରୀପଡ଼ା ରେ " ଏକ ପେଡ ମା କେ ନାମ " କାର୍ଯ୍ୟକ୍ରମ ଅନୁଷ୍ଠିତ ।
କନ୍ଧମାଳ, ୧୮/୯ (ଅଚ୍ୟୁତ ଜାନି) : ସାରା ଦେଶରେ ଲୋକପ୍ରିୟ ନେତା ତଥା ଆମ ଭାରତର ଯସ୍ୱଶୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ "ଏକ ପେଡ ମା କେ ନାମ ୨.୦ " କାର୍ଯ୍ୟକ୍ରମ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକରେ ମଧ୍ୟ ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହୀନି ପତିଙ୍କ ତତ୍ତ୍ୱାବଧାନରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଖଜୁରୀପଡ଼ା ବ୍ଲକର ୧୪ ଗୋଟି ପଞ୍ଚାୟତରେ ୭ ହଜାର ଚାରା ରୋପଣ କରାଯାଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ୫ ଶହ ଲେଖାଏଁ ଚାରା ରୋପଣ କରାଯାଇଥିଲା । ଏହାର ନେତୃତ୍ୱ ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନେଇଥିଲେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି ।