ରାମାୟଣକୁ ଜାଣିବା ସିୱା ଅନୁଷ୍ଠାନର ପ୍ରୟାସ।
ଜୟପୁର, ୦୮ / ୦୯ ( ଏ. ଭେଙ୍କଟ ରାଓ ) :ସ୍ଥାନୀୟ ସି.ଟି. ହାଇସ୍କୁଲ ଠାରେ ସହରର ଅଗ୍ରିଣ ଅନୁଷ୍ଠାନ ସିୱା ଦ୍ୱାରା ଆୟୋଜିତ କରିଛି କିଛି ଜାଣିବା କିଛି ଜଣେଇବା ଜଣା ଅଜଣା କାର୍ଯ୍ୟକ୍ରମ ରାମାୟଣ କୁଇଜ।କୋମଳମତି ପିଲାଙ୍କ ମନ ହୃଦୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ତଥା ଜଣେ ମଣିଷ ପରି ମଣିଷ କରାଇବା ପାଇଁ ଚେଷ୍ଟା କରିବା ବଡ଼ଙ୍କୁ ସମ୍ମାନ ଏବଂ ଛୋଟଙ୍କୁ ସ୍ନେହ ମଣିଷ ପ୍ରତି ଭକ୍ତି ପରିବେଶ ସହିତ ଶୃଙ୍ଖଳିତ ଜୀବନଯାପନ କରିବା ଭଳି ଏକ ନୂଆ ରୂପରେ କୁଇଜ ମାଧ୍ୟମରେ ପିଲାଙ୍କୁ ମଣିଷ ଧର୍ମ ବିଷୟରେ ଅବଗତ କରେଇବା ପାଇଁ ଏକ ପ୍ରୟାସ କରିଥିଲା ଅନୁଷ୍ଠାନ। ଆୟୋଜିତ କୁଇଜରେ ୧୮ ଗୋଟି ବିଦ୍ୟାଳୟରୁ ମୋଟ ୧୫୭ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।ଲେଖକ, ଗାଳ୍ପିକ, ସୁବକ୍ତା, ପୂର୍ବତନ ପ୍ରଧାନ ଶିକ୍ଷକ ନଳିନୀ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀରାମଙ୍କର ଯାତ୍ରା ରାମାୟଣର ବର୍ତ୍ତମାନ ଯୁଗରେ ଆବଶ୍ୟକତା ତଥା ପ୍ରତ୍ୟେକ କର୍ତ୍ତବ୍ୟ ପରାୟଣ ହେବାର କଳା ଜାଣିବା ଦରକାର ବୋଲି କହିଥିଲେ।ଏସବୁ ଶୁଣିବା ପରେ ଅଭିଭାବକ ତଥା ଶିକ୍ଷକ ଏବଂ କର୍ମକର୍ତ୍ତା ମଧ୍ୟରେ ଭୁରି ପ୍ରଶଂସା ଶୁଣିବାକୁ ମିଳିଥିଲା।ପିଲାମାନେ ଏଭଳି କାର୍ଯ୍ୟକ୍ରମରେ ଭାଗ ନେଇ ନିଜକୁ ଧନ୍ୟ ମନେ କରୁଛୁ ବୋଲି କହିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ନାଟ୍ୟକାର, କଣ୍ଠଶିଳ୍ପୀ, ଭାଗବତ ଶିକ୍ଷା ପ୍ରଦାୟକ ଆଧ୍ୟାତ୍ମିକ ପାଠଶାଳାର ମୁଖ୍ୟ ପ୍ରବଚକ ଅରବିନ୍ଦ ମହାପାତ୍ର ଏବଂ ପ୍ରବଚିକା ସୋନାଲି ପତି ବିଦ୍ୟାଳୟର ସମ୍ପାଦକ ଶଶୀ ଭୂଷଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସମୟରେ ସିୱା ଅନୁଷ୍ଠାନର ସଭାପତି ସୁଧାକର ପଟ୍ଟନାୟକ ସଭାକୁ ସଂଚାଳନ କରିଥିବା ବେଳେ ଅନୁଷ୍ଠାନର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଥିଲା ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଭିପସା ପଟ୍ଟନାୟକ ଦ୍ଵିତୀୟ ସାହିଲ ପଟ୍ଟନାୟକ ତୃତୀୟ ସୁଜିତ ସାହୁ କନିଷ୍ଠ ବିଭାଗରେ ପ୍ରଥମ ସ୍ୱାସ୍ତିକ ପ୍ରସାଦ ସାହୁ ଦ୍ଵିତୀୟ ସଚିତ କୁମାର ଗନ୍ତାୟତ ତୃତୀୟ ସୁମିତ୍ରା ପଣ୍ଡା ଚୁତୁର୍ଥ ଅନନ୍ୟା ତ୍ରିପାଠୀ ପଞ୍ଚମ ଭି ଭାଗ୍ୟ ଲକ୍ଷ୍ମୀ ଏହା ସହ ୬ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସମ୍ମାନ ଦିଆଯାଇଥିଲା