Hot Posts

6/recent/ticker-posts

ଆମ ଆଦମି ପାର୍ଟି ଛାଡିଲେ ବୁଲୁଶର୍ମା

ଜୟପୁର, ୦୮/୦୯ ( ଏ. ଭେଙ୍କଟ ରାଓ ): ଜୟପୁର ସହରର ବେଶ ଜଣାଶୁଣା ତଥା ଆମଆଦମୀ ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଜୟପୁର ନିର୍ବାଚନ ମଣ୍ତଳିରେ ପ୍ରତିଦ୍ବନ୍ଦିତା କରୁଥିବା ଗୌରୀ ଚରଣ ଦେବଶର୍ମା ଆଜି ଆମଆଦମୀ ପାର୍ଟି ଛାଡିଥିବା ଲିଖିତ ଭାବେ ଜଣାଇଛନ୍ତି। ଶ୍ରୀ ଶର୍ମା ବିଜୁଜନତା ଦଳରେ ଅନେକ ଦିନ କାର୍ଯ୍ୟ କରିବା ପରେ ଜୟପୁରର ବିକାଶ କରିବା ନିମନ୍ତେ ସେ ଆମ ଆଦମୀ ପାର୍ଟି କୁ ଆପଣାଇଥିଲେ। କିନ୍ତୁ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ ସେ ନିଜକୁ କୌଣସି ଦଳରେ ନରହି ସହରର ବିକାଶ କରିବେ ବୋଲି ନିଷ୍ପତି ନେଇଛନ୍ତି। ଛାତ୍ର ଜୀବନରୁ ମହାବିଦ୍ୟାଳୟର ସଭାପତି ହୋଇ ସହରର ଉନ୍ନୟନ ମୂଳକ କାର୍ଯ୍ୟ ଯେପରି କରି ଆସୁଥିଲେ ସେହିପରି କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଆଗାମୀ ଦିନରେ ମଧ୍ୟ ସେ ସହରର ବିକାଶ ପାଇଁ ଛାତ୍ର ଛାତ୍ରୀ ତଥା ଓକିଲ ମାନଙ୍କୁ ଏକଜୁଟ କରି କାର୍ଯ୍ୟ ହାସଲ କରିବେ ବୋଲି କହିଛନ୍ତି।