ଭୁଶୁଡ଼ିଲା କଳାହାଣ୍ଡି ରେତ ଡ୍ୟାମ ମୁଖ୍ୟ କେନାଲ। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ।
କଳାହାଣ୍ଡି, ୨୭ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦୁଇ ଦିନ ଧରି ଲଗାଣ ବର୍ଷା ଲାଗିରହିଛି । ଯାହାଫଳରେ କଳାହାଣ୍ଡି ଜିଲ୍ଲା ରେତ ଡ୍ୟାମର ଦେପୁର ନିକଟ ରେ ମୁଖ୍ୟ କେନାଲ ଭାଙ୍ଗି ୬୦ ହେକ୍ଟର ରୁ ଉର୍ଦ୍ଧ୍ବ ଚାଷ ଜମି ଜଳମଗ୍ନ ହେବା ସହ କ୍ଷତିଗ୍ରସ୍ତ ହୋଇଛି। ସକାଳୁ କେନାଲ ଭାଙ୍ଗିଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଚାଷୀ ମାନେ ଜଣେଇଥିଲେ ରେତ କର୍ତୁପକ୍ଷ ବର୍ତ୍ତମାନ ପହଞ୍ଚି ଛନ୍ତି। ଲଗାଣ ବର୍ଷା ଯୋଗୁଁ କେନାଲ ବନ୍ଧ କରିବାପାଇଁ ଚାଷୀ ମାନେ ଅନୁରୋଧ କରିଥିଲେ, ହେଲେ କେହି କର୍ଣ୍ଣପାତ କରିନଥିଲେ। ପୂର୍ବରୁ ମଧ୍ୟ ନିମ୍ନମାନର କାମ କରିଥିବା ଯୋଗୁଁ କେନାଲ ରେ ୨୦ଫୁଟ ର ବଡ ଘାଇ ସୃଷ୍ଟି ହୋଇଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ ଆରମ୍ଭ କରିଥିବାବେଳେ ,କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ