Hot Posts

6/recent/ticker-posts

ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ରାସ୍ତା ଓ ବ୍ରିଜ କାମ ଅଧା, ବର୍ଷାରେ ଯାତାୟାତ ବିପର୍ୟସ୍ତ

ଝରିଗାଁ, ୨୭/୦୯ (ନକୁଳ ଭତରା) : ଉମରକୋଟ ରୁ ଡାବୁଗାଁ ୨୬ ନଂ ଜାତୀୟ ରାଜପଥ ମୂଖ୍ୟ ରାସ୍ଥାରେ ପାଖା ପାଖି ବର୍ଷେ ହେଲାଣି ରାସ୍ଥା କାମ ଛାଳିଛି। କିନ୍ତୁ ଭର୍ତ୍ତମାନ ସୁଧା ରାସ୍ଥାରେ ବ୍ରିଜ କାମ ଅଧା ଅଧୁରା ରହିଯାଇଛି। କେବେ କାମ ସରିବ ଲୋକଙ୍କର ଯାତାୟାତ ସୁବିଧା ହେବ । ଠିକାଦାର ମାନଙ୍କର ମନୋମୂଖି କାମପାଇଁ ନିରିହ ଲୋକମାନଙ୍କୁ ଯାତାୟତରେ ବହୁତ ଅସୁବିଧା ସମୂ୍ଖିନ ଭୋଗିବାକୁ ପଡୁଛି। ତିନି ଦିନ ଧରି ଲଘୁଚାପଜନିତ ବର୍ଷା ହେବାରୁ ରାସ୍ଥାରେ ଥିବା ଛୋଟ ବଡ ଗାତ ରେ ପାନି ପଡ଼ି ରହିଛି। ମଝିରେ ମଝିରେ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଛି ।
ହେଲେ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଲଗାଣ ବର୍ଷା ଯୋଗୁଁ ଉମରକୋଟ ରୁ ଡାବୁଗାଁ ଯିବା ମୂଖ୍ୟ ରାସ୍ଥା ବକଡାବେଡ଼ା ଏବଂ ତେନ୍ତୁଳି ଗାଁ ମଝିରେ ବ୍ରିଜ ନିର୍ମାଣ କାର୍ଯ୍ୟ ଛାଳୁଥିବା ବେଲେ ଉପରମୁଣ୍ଡରୁ ଅତ୍ୟାଦିକ ପାଣି ଆସିବାରୁ ଡ୍ରାଇଭର ସନ ଭାଙ୍ଗି ଯିବାର ସମ୍ଭାବନା ଥିବାରୁ ଦିର୍ଘ ୪ ଘଣ୍ଟା ଯାତାୟତ ବନ୍ଧ ହୋଇଥିବା ବେଳେ ଗାଡି ଗୁଡିକ ଧମନାଗୁଡା ଏବଂ ଚାଟିଗୁଡା ଦେଇ ୩୦ ରୁ ୪୦ କିମି ଭୂଲି ଉମରକୋଟ ଯାଉଥିବାର ଦେଖିବାକୁ ମିଳିଥିଲା। ରାସ୍ତା କାମ କେବେ ସମ୍ପୁର୍ଣ୍ଣ ହେବ ଠିକାଦାରଙ୍କୁ କେବେ ଚେତା ପୋଷିବ ତାହା ଦେଖିବାକୁ ବାକି ରହିଲା।