ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ କୁ ୟୁଜିସି ୨ ଏଫ ମାନ୍ୟତା
ଜୟପୁର, ୦୨ / ୦୯ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜ଼ିଲ୍ଲା ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ କୁ ୟୁଜିସି ୨ ଏଫ ମାନ୍ୟତା ମିଳିଛି। ଏ ନେଇ ଏକ ସାମ୍ବାଦିକ ସମ୍ବିଳନୀ କରି ଭାଇସ୍ ଚାନ୍ସେଲର, ପ୍ରଫେସର ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଦେଖିବ ଓଡ଼ିଶାର ସର୍ବ ପୁରାତନ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ୟୁଜିସି ୨ ଏଫ ମାନ୍ୟତା ପାଇବା ପରେ ଛାତ୍ର ଛାତ୍ରୀ ମାନଙ୍କ ସମେତ କୋରାପୁଟ ବାସିନ୍ଦା ବେଶ ଖୁସି ବ୍ୟକ୍ତ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଉପରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ସମେତ ପଡୋଶୀ ଜ଼ିଲ୍ଲା ର ଛାତ୍ର ଛାତ୍ରୀ ମାନେ ଶିକ୍ଷା ଅଧୟନ କରୁଛନ୍ତି। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଦିନ କୁ ଦିନ ବିଭିନ୍ନ କ୍ଷେତ୍ର ରେ ତାର ଉନ୍ନତି ଜାରି ରଖିଛି। ବିଶ୍ୱବିଦ୍ୟାଳୟ ରେ ନୂତନ ଭିର୍ତ୍ତି ଭୂମି ସାଙ୍ଗ କୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ ଓ ଅନ୍ୟାନ ଆବଶ୍ୟକୀୟ ଉପକରଣ ମାନ ଯୋଗାଇ ଦିଆ ଯାଉଛି। ଆଗକୁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଯାଉଛି