କୋରାପୁଟ ଜିଲ୍ଲାପାଳଙ୍କ ସେମିଳିଗୁଡା ମିଲେଟ ପ୍ରୋସେସିଂ ୟୁନିଟ ପରିଦର୍ଶନ ଓ ବୃକ୍ଷରୋପଣ
ସେମିଳିଗୁଡା, ୦୨ / ୦୮ ( ସୁମତି ଟାକ୍ରୀ ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକରେ ଆଜି କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ଯବାନ ମହାଜନ ରାଜୁପୁଟ ପାଞ୍ଚାୟତ ର ମିଲେଟ ପ୍ରେ।ସେସିଂ ୟନିଟ ପରିଦର୍ଶନ କରି , ପ୍ରସେସିଂ କାର୍ଯ୍ୟ ତଦାରଖ କରିଛନ୍ତି , ମିଲେଟ ପ୍ରେସେସିଂ କେମିତି ଆଗାମୀ ଦିନ ରେ ଅଧିକ ଉନ୍ନତ ହେବ ତାହା ପ୍ରସେଶିଂ ଦାଇତ୍ୱ ରେ ଥିବା କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମଧ୍ୟ ଜିଲ୍ଲା ପାଳ ଅଂଶ ଗ୍ରହଣ କରି ନିଜେ ଏକ ଗଛ ଲଗାଇଥିଲେ ଏବଂ ଉପସ୍ଥିତ ଥିବା ପ୍ରତ୍ୟେକଙ୍କୁ ଜୀବନ ରେ ଥରେ ଅନ୍ତତ ଗୋଟିଏ ଗୋଟିଏ ଗଛ ଲଗାଇବାର ଆବଶ୍ୟକ ବୋଲି କହି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାପାଳ ଙ୍କ ଏହି ପରିଦର୍ଶନ କାର୍ଯ୍ୟକ୍ରମ ବେଳେ ସେମିଳିଗୁଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜସ୍ମିନ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ଲିଲିଆନ୍ତା ବିରିଆ , ରାଜୁ ପୁଟ ସରପଞ୍ଚ ପିତାମ୍ୱର କ୍ରିଶାନି , କାର୍ଯୟନିର୍ବାହୀ ଅଧକାରୀ ଲତା ପାତ୍ର ଏବଂ ମିଶନ ଶକ୍ତି MBK , CRP ସମସ୍ତେ ଉପସ୍ଥିତ ରହିଥିଲେ ।