ନବରଙ୍ଗପୁର ଝରିଗାଁ ବ୍ଳକର ୨୩ ପଞ୍ଚାୟତରେ ୧୧,୫୦୦ ବୃକ୍ଷ ରୋପଣ
ଝରିଗାଁ, ୧୭/୦୯ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ପ୍ରତି ପଞ୍ଚାୟତର ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଆଜି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମ ଦିନ ଅବସରରେ ଝରିଗାଁ ବ୍ଳକର ଭିକ୍ଷା ପଞ୍ଚାୟତଠାରେ ‘ଏକ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦାନ ଦେଇ ବୃକ୍ଷ ରୋପଣ କରିଥିଲେ। ଶ୍ରୀ ଭତ୍ରା ତାଙ୍କ ଅଭିଭାଷଣରେ ଗଛ ନଥିଲେ ବର୍ଷା ହେବ ନାହିଁ। ଧୀରେ ଧୀରେ ବର୍ଷା କମିଯାଉଛି। ଗଛ ହିଁ ଜୀବନ। ଗଛ ଆମ ସମସ୍ତଙ୍କର ପାଇଁ ମୂଲ୍ୟବାନ ଜିନିଷ। ଆମ ଦେଶରେ ଗଛକୁ ଯଦି କାଟି ସଫା କରି ଦେଲେ ଆମେ ବଞ୍ଚିବା ମଧ୍ୟ ଅସମ୍ଭବ ହୋଇଯିବ।ସେଥି ପାଇଁ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ତାଙ୍କ ଜନ୍ମ ଦିନ ଅବସରରେ ‘ଏକ ପେଡ୍ ମା କେ ନାମ୍’ ସମସ୍ତ ନାଗରିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି।ଏହି ଅବସରରେ ଝରିଗାଁ ବ୍ଳକ ମଧ୍ୟରେ ୨୩ ଗୋଟି ପଞ୍ଚାୟତରେ ୧୧,୫୦୦ ଗଛ ଲଗେଇଲା ବେଳେ ଓଡ଼ିଶା ସରକାରଙ୍କ 'ମେରି ଲାଇଫ' ଏକ ଆପ୍ଲିକେସନ ମାଧ୍ୟମରେ ତାର ସମସ୍ତ ରକ୍ଷଣାବେକ୍ଷଣା କରିବା ଦାୟିତ୍ବ ସରକାରଙ୍କ ତରଫରୁ ବିଧିବଦ୍ଧ ବ୍ୟବସ୍ଥା କରାଯାଇଅଛି। ଏଥିରେ ଝରିଗାଁ ବ୍ଲକ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, ଭିକ୍ଷା ସରପଞ୍ଚ ଗୋମତୀ ବଞ୍ଜାରା, ସମିତି ସଭ୍ୟ ଜଗତ କଲାର , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୋହର ଗଣ୍ଡ, ଏପିଓ ଦେବେନ୍ଦ୍ର କୁମାର ବେହେରା, ପୂର୍ବତନ ସରପଂଚ ରାକ୍ଷୀ ବଞ୍ଜାରାଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।