ଗ୍ରାମପଞ୍ଚାୟତ ସ୍ତରୀୟ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ସିନାପାଲି, ୧୭ / ୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଗ୍ରାମ ପଂଚାୟତ ସରପଞ୍ଚ ରଙ୍ଗୀତା ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ କଳ୍ପଲତା ସାଗରଙ୍କ ନେତୃତ୍ୱରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ବର୍ଷର କୋଣ ଅନୁକୋଣରେ ଜନ୍ମଦିନକୁ ପାଳନ କରିବା ସହିତ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ପ୍ରତ୍ୟେକ ସରକାରୀ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟକ୍ରମ ମାନ କରାଯାଉଛି। ଜନ୍ମଦାତ୍ରୀ ମା ଏକ ହୋଇଥିଲେ ମଧ୍ୟ ଭୂମିଷ୍ଟ ହେଲା ପରେ ପ୍ରତ୍ୟେକ ଜୀବ ଜନ୍ତୁ ପ୍ରକୃତି ଉପରେ ସଦାସର୍ବଦା ନିର୍ଭରଶିଳ ରହିଥାଏ। ଜନସଂଖ୍ୟା ବୃଦ୍ଧି ସକାଶେ ଜନସଂଖ୍ୟା ଅନୁପାତରେ ବୃକ୍ଷଲତା ତଥା ପ୍ରକୃତି ନଷ୍ଟ ହେଉଥିବା ଯୋଗୁଁ ଦୂଷିତ ଜଳବାୟୁ ଦ୍ୱାରା ମଣିଷ ଅସମୟରେ ବିଭିନ୍ନ ପ୍ରକାର ଦୁରାରୋଗ୍ୟରେ ପୀଡ଼ିତ ହୋଇ ଅସମୟରେ ନିଜର ଅମୂଲ୍ୟ ଜୀବନ ଠାରୁ ଦୂରେଇ ଯାଉଛି। ତତ୍ ସହିତ ଋତୁ ଅନୁସାରେ ପ୍ରକୃତି ଦୂରେଇ ଯାଇ ନାନାଦି ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଜିବଜଗତକୁ ରକ୍ଷା କରିବା ସକାଶେ ଗଛର ନିତାନ୍ତ ଆବଶ୍ୟକ ହେତୁ ଆଜି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟକାରୀ କରାଯାଉଛି। ଏହି ଅବସରରେ ଆଜି ଚଟିଆଗୁଡ଼ା ଗ୍ରାମପଞ୍ଚାୟତ ତରଫରୁ ସାଗୁନଭାଡ଼ି ସ୍ଥିତ ଉଦନ୍ତୀ ଖେଳପଡିଆ ଠାରେ ୫ଶହ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପଂଚାୟତ ସମିତି ମେମ୍ବର ବସନ୍ତ ମାଝୀ , ବିଏସଏ ଦିପାଞ୍ଜଳି ପାତ୍ର, ସିଆରସିସି ବାଲାଜୀ ସୁନାନି, ଏମବିକେ ସତ୍ୟଭାମା ମେହେର, ସାଗୁନଭାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେରାମ୍ବ ଭୋଇ, ସହ ଶିକ୍ଷକ ତନୁରାମ ନାଏକ, ସହ ଶିକ୍ଷକ ସୁଘୋଷ ପାତ୍ର, ୱାର୍ଡ଼ ସଭ୍ୟ ଉତ୍ତମ ଦୀପ, ରୁପସିଂ ମଶ୍ରା, ପ୍ରାଣୀ ମିତ୍ର ଜୟନ୍ତ ସା ଓ ରୁଦ୍ର ବାଗ, ଗୋଷ୍ଠି ସହାୟିକା ଜୟନ୍ତୀ କଟା ଓ ସୀମା ହଂସ , ଯୋଗାଣ ସହାୟକ ମନୋଜ ପାତ୍ର, ପଂଚାୟତ ପିଅନ ଲିଲାମ୍ବର୍ ଭୋଇ ସହିତ ଉଭୟ ଉଚ୍ଚ ବିଦ୍ୟା ପୀଠ ଓ ଉଚ୍ଚ ପ୍ରାଥମିକ ବିଦ୍ୟା ପୀଠ ର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥଲେ।