Hot Posts

6/recent/ticker-posts

ପୋଲ ତଳେ ଆଶ୍ରୟ ସାଜିଥିଲା ମୃତ୍ୟୁଜାଳ, ଦେବଦୂତ ସାଜି ଟ୍ରାକ୍ଟର ଡ୍ରାଇଭର ବଞ୍ଚାଇଲେ ୩ ଜୀବନ

ଥୁଆମୁଳରାମପୁର, ୦୪ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଥୁଆମୁଳରାମପୁର ବ୍ଲକ୍ ଅଡ୍ରି ର ଚାନ୍ଦଗିରୀ ନାଳା ର ପ୍ରବଳ ଜଳ ସ୍ରୋତରୁ ଉଦ୍ଧାର ହେଲେ ଦୁଇ ଯୁବତୀ ଏବଂ ଜଣେ ମହିଳା।କାମ କରୁଥିବା ବେଳେ ବର୍ଷା ହେଇଥିଲା। ବର୍ଷା ରୁ ରକ୍ଷା ପାଇଁ ପୋଲ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ନାଳ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତିବ୍ର ବେଗରେ ପାହାଡିଆ ବର୍ଷା ପାଣି ମାଡି ଆସିଥିଲା। ତିନି ଜଣ କୂଳକୁ ଫେରି ନପାରି ଭାସି ଯିବା ଆଶଙ୍କାରେ ଚିତ୍କାର କରୁଥିଲେ। ସେହି ସମୟରେ ଦେବ ଦୂତ ଭଳି ସେହି ରାସ୍ତାରେ ଟ୍ରାକ୍ଟର ନେଇ ଯାଉଥିବା ଚାଳକ ଗାଁ ଲୋକଙ୍କ ସହଯୋଗରେ ଦଉଡି ସାହାଯ୍ୟରେ ପୋଲ ତଳକୁ ଯାଇ ୩ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।