Hot Posts

6/recent/ticker-posts

ରାୟଗଡ଼ାରେ ପ୍ରଥମ ଥର ପାଇଁ “ଇଣ୍ଟର କ୍ଲବ ଜିମ୍ ପାୱରଲିଫ୍ଟିଂ ଓ ବେଞ୍ଚପ୍ରେସ୍” ପ୍ରତିଯୋଗିତା ଆୟୋଜିତ

ରାୟଗଡ଼ା, ୧୫ / ୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ରେ ପ୍ରଥମ ଥର ପାଇଁ ସହିଦ୍ ଲକ୍ଷ୍ମଣ ନାୟକ କ୍ରୀଡା ଓ ସଂସ୍କୃତି ସଂଙ୍ଗ ଦ୍ଵାରା( ଇଣ୍ଟର କ୍ଲବ ଜିମ ଶକ୍ତି ଉତ୍ତୋଳନ ଓ ବେଞ୍ଚ ପ୍ରେସ ପ୍ରତିଯୋଗୀତା ଆମ୍ବାଗୁଡା, ମଲ୍ଟି ପ୍ରୋପୋସ ଇଣ୍ଡୋର ଷ୍ଟାଡିଅମ ଠାରେ ତା- ୧୪/୯/୨୫ ରେ ଆୟୋଜିତ ହେଇଥିଲା ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ, ଚନ୍ଦ୍ରକାନ୍ତ ମାଝୀ (ପି ଏ ଆଇ ତି ଡି ୟେ Rayagada) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଖେଳରେ ପରିଚାଳନା ପାଇଁ, ରମେଶ ବିଡିକା,ମନରଞ୍ଜନ ସତପଥି,ଜିଲ୍ଲା ସାମ୍ବାଦିକ ଫୋଟୋ ନୂଏସ ସାଥିସ ଇନୁମୂଲା, ରବିନାରାୟଣ ନାୟକ -ଆନ୍ତର୍ଜାତୀୟ ସ୍ଵର୍ଣ୍ଣ ପଦକ ବିଜେତା) ,ଚିତାନନ୍ଧ ରାଉତ ଓ ସଂଙ୍ଗ ର ସଭାପତି ଦୋରା କଣ୍ଡାଗରୀ, ଖେଳ କୁ ପରିଚାଳନା କରିଥିଲେ, ଏଥିରେ ୪୧ ବାଳିକା ଓ ୭୫ ବାଳକ ମୋଟ ୧୧୬ ଜଣ ଖେଳାଳି ଭାଗ ନେଇଥିଲେ । ଶକ୍ତି ଶାଳୀ ବାଳିକା- ସବ ଜୁନିଏର ବିଭାଗ ରେ ଅବିଲିସ୍ପା ନାୟକ ଓ ଜୁନିଏର ବିଭାଗ ରେ କ୍ରୀଥିକା ଖଷଲା ଓ, ସିନିଓ ଅର ବିଭାଗ ରେ ଦେବଜାନୀ କୈସଲୀୟା,ଓ କୈସଲୀୟା ରାଧାରାଣୀ ପାଇଛନ୍ତି। ଶକ୍ତି ଶାଳୀ ବାଳକ ବିଭାଗରେ ସବ ଜୁନିଏର ରେ ଧମେନ୍ଦ୍ର ଡଙ୍ଗୀରୀ, ଜୁନିଏର ରେ ଅବିନାଶ ହିମିରିକା , ସିନିଓର -ରେ ଗୈରବ ସୂରଜ କୁମାର , ଏହି ୭ ଜଣେ ଷ୍ଟ୍ରଙ୍ଗ ମାନ Rayagada ପାଇଛନ୍ତି।ରାୟଗଡ଼ା ଜିଲ୍ଲାରେ ଅଧିକାର ରୁ ଅଧିକ ନୂଆଁ ଖେଳାଳି ମାନଙ୍କୁ ସୃଷ୍ଟି କରିବା ଓ ଖେଳାଳି ମାନଙ୍କୁ ସଚେତନତା କରାଇବା ପାଇଁ ଏହି ଖେଳ କରିବାର ମୂଳ ଲକ୍ଷ୍ୟ ଥିଲା । ବୋଲି ସଂଘ ର ସଭାପତି ଦୋରା କହିଛନ୍ତି।

ରାୟଗଡ଼ା ଜିଲ୍ଲା ପ୍ରତିନିଧି ଭି, ଗୌରି ଶଙ୍କର ରାଓ