Hot Posts

6/recent/ticker-posts

କୋରାପୁଟ ଜିଲ୍ଲା ଅଧିବାସୀ ଗୁଣିଗାରିଡିରେ ବିଶ୍ୱାସ ଓ ଅନୁପ୍ରାଣିତ । ଦେଖନ୍ତୁ ଭିଡ଼ିଓ

ସେମିଳିଗୁଡା, ୧୫ / ୦୯ (ବିପିନ କୁମାର ହିଆଲ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଡୁମୁରିପଦର ଗ୍ରାମରେ ଗୋଟିଏ ୪ ବର୍ଷର ବାଳକ ଅସୁସ୍ଥ ହୋଇ ପେଟ ବ୍ୟଥାରେ ଯନ୍ତ୍ରଣା ଓ କଷ୍ଟ ପାଉଥିବାରୁ , ସେହି ଗ୍ରାମର ଜଣାଶୁଣା ବ୍ୟକ୍ତି ଜଣେ ବୃଦ୍ଧା ବେଜୁଣିକୁ ଘରକୁ ଡ଼କାଇ ପୁଅର ସୁସ୍ଥତା ପାଇଁ ଫୁକାଝଡା କରାଉ ଥିଲେ । ଏତିକିବେଳେ ମୋ ସମ୍ବାଦ ଓ ମିଡ଼ିଆ ଏଜ୍ ଟିମ୍ ସେହି ଗ୍ରାମରେ ପହଞ୍ଚି , ଗୁଣିଗାରିଡି ଓ ଅନ୍ଧ ବିଶ୍ଵାସରେ ବୁଡି ରହିଥିବା ଗ୍ରାମବାସୀଙ୍କୁ ଡାକ୍ତର ପରାମର୍ଶ କରାଇ ଚିକିତ୍ସା କରିବାକୁ ଅନୁରୋଧ କରିଥିଲୁ । କାରଣ ଏହି ଭଳିଆ ଅନ୍ଧ ବିଶ୍ଵାସରେ ପରିଚାଳିତ ହୋଇ ଧନ ସହ ଜୀବନ ମଧ୍ଯ ଚାଲିଯାଉଛି,ତତ୍ ସହିତ ଦାରିଦ୍ର୍ୟତା ବୃଦ୍ଧି , ଶିକ୍ଷାର ଅବନ୍ନତି, ଓ ସମାଜ ବିଶୃଙ୍ଖଳା ସହ ସମ୍ପୂର୍ଣ୍ଣ ଦୂଷିତ ହେଉଛି। ଏହା ପ୍ରତି ପ୍ରଶାସନ ଓ ଜନସାଧାରଣ ସଚେତନ ହେବା ଉଚିତ୍ ।


କୋରାପୁଟ ଜିଲ୍ଲା ରିପୋର୍ଟର ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ ନ୍ୟୁଜ