Hot Posts

6/recent/ticker-posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ମହିଳାଙ୍କୁ ଆଇନ ସହାୟତା

ରାୟଗଡ଼ା, ୦୨ / ୦୯ ( ଭି. ଗୌରି ଶଙ୍କର ରାଓ ) : ଅଦ୍ୟ ତା.୦୧.୦୯.୨୦୨୫ ରିଖ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଜଣେ ନିରାଶ୍ରୟ ମହିଳା କୁମାରୀ ନାଏକ, ସ୍ୱାମୀ-ଜନସେନ ନାୟକ, ନୂଆ ସାହି, ଜେ.ଏସ୍.କୋ, ରାୟଗଡା ଙ୍କୁ ଠାବ କରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଙ୍କର ହସ୍ତଗତ କରିଥିଲେ I ଉକ୍ତ ମହିଳା ଜଣକ ନିଜର ରହିବା, ଖାଇବା ଓ ନିଜର ଅସୁବିଧା କଥା ଲେଖି ଜଣାଇବା ସହିତ ସ୍ନେହା ସ୍ୱଧାର ଗୃହରେ ତାଙ୍କୁ ରହିବାର ବ୍ୟବସ୍ଥା କରାଇଦିଆଗଲେ ସେ ସୁରକ୍ଷିତ ମନେ କରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଙ୍କୁ କହିଥିଲେ I ଏହାପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ନିର୍ଦ୍ଦେଶ କ୍ରମେ ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଙ୍କ ସହାୟତାରେ ଉକ୍ତ ମହିଳାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ରାୟଗଡା ସ୍ଥିତ ସ୍ନେହା ସ୍ୱଧାର ଗୃହରେ ଅବସ୍ଥାପିତ କରାଯାଇଛି I