Hot Posts

6/recent/ticker-posts

ଓଲଟପୁର ଏସଭିନିରତାରରେ ସାମାଜିକ କର୍ମୀ ଅଶୋକ ପରିଡା ଆଡମିଟ

କନ୍ଧମାଳ, ୦୮ / ୦୯ ( ବାଳକୃଷ୍ଣ କହଁର ) : କେନ୍ଦ୍ର ସରକାର ୧୯୭୫ମସିହାରେ କଟକ ଓଲଟପୁର ଠାରେ ଦିବ୍ୟାଙ୍ଗଜନଙ୍କ ଭୌତିକ ଚିକିତ୍ସା ପାଇଁ ଏସଭିନିରତାର (ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସଂନ୍ଧାନ କେନ୍ଦ୍ର) ସ୍ଥାପନ କରି ଫିଜିଓଥେରାପି ,ସ୍ପିଚ ଥେରାପି,ଅପରେସନ ଇତ୍ୟାଦି ଚିକିତ୍ସା ଯୋଗାଇ ଦେଉଛନ୍ତି। କେବଳ ଦେଶର ନୁହେଁ,ଏସିଆ ମହାଦେଶର ଏହା ଏକ ପ୍ରମୁଖ ଅନୁଷ୍ଠାନ ଭାବେ ପରିଚିତ। କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମାଜିକ କର୍ମୀ ତଥା ସାମ୍ବାଦିକ ଅଶୋକ ପରିଡା ପୁନଃ ବାକଶକ୍ତି ହରାଇଥିବାରୁ ଗତ ଏକ ସପ୍ତାହ ଧରି ବାକ୍ ଚିକିତ୍ସକ ଡଃ ଜୟ ଶଙ୍କର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ପାଇଁ ଆଡମିଟ ହୋଇଛନ୍ତି। ଗତ ବର୍ଷ ଅଶୋକ ପରିଡା ନିମୋନିଆରେ ଆକ୍ରାନ୍ତ ହୋଇ ତାଙ୍କର ସ୍ୱରପେଟିକା ସଂକ୍ରମିତ ହୋଇଥିଲା। ସେତେବେଳେ ଏସ ଭି ନିର୍ତ୍ତାରରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିଲେ।ଏବେ କଥା କହିବା ଶକ୍ତି ପୁନର୍ବାର ହରାଇବାରୁ ବାକ ଚିକିତ୍ସକ ଡଃ ଜୟ ଶଙ୍କର ପଣ୍ଡା ଓ ସାଥି ଚିକିତ୍ସକ ଶୁଭଶ୍ରୀ ମିଶ୍ର,ଧୃତିସୁନ୍ଦର ସାହୁ ପ୍ରମୁଖଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି।ଡଃ ଜୟ ଶଙ୍କର ପଣ୍ଡା ଜଣେ ସମ୍ବେଦନଶୀଳ ବରିଷ୍ଠ ଚିକିତ୍ସକ। ରୋଗୀଙ୍କୁ ଉତ୍ସାହିତ କରି ମନୋବଳ ବୃଦ୍ଧି କରିଥାନ୍ତି।ବର୍ତ୍ତମାନ ଡଃ ପତିତପାବନ ମହାନ୍ତି ଏହି କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି। ପ୍ରତ୍ୟହ ଅନ୍ତଃ ବିଭାଗ ଓ ବହିଃବିଭାଗରେ ପାଞ୍ଚଶହ ପ୍ରାୟ ରୋଗୀ ଆସୁଥିବା ବେଳେ ନିର୍ଦ୍ଦେଶକ ନିଜେ ଆଉଟଡୋରରେ ଚିକିତ୍ସା କରିଥାନ୍ତି।ଏଠାରେ ସେବା ଦେଉଥିବା ଚିକିତ୍ସକମାନେ ରୋଗୀକୈନ୍ଦ୍ରିକ ଓ ସମ୍ବେଦନଶୀଳ।କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ନିର୍ମାଣ କେନ୍ଦ୍ର (ଆଲମିକୋ)ପକ୍ଷରୁ ଜିତେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ କୃତ୍ରିମ ଅଙ୍ଗ ନିର୍ମାଣ କରି ବରିଷ୍ଠ ଓ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଯୋଜନାରେ ଦେବାର ବ୍ୟବସ୍ଥା ରହିଛି। ଦିବ୍ୟାଙ୍ଗମାନଙ୍କ ଅଧିକ ଚିକିତ୍ସା ପାଇଁ ନିରାମୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତାର ସୁଯୋଗ ନେବାକୁ ଦାୟିତ୍ବରେ ଥିବା ବିଚତ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଓଲଟପୁର ଏକ ଗାଁ ହୋଇଥିବାରୁ ରୋଗୀ ରହିବା ପାଇଁ ଅଧିକ ଧର୍ମଶାଳା/ଡର୍ମିଟୋରୀର ଆବଶ୍ୟକତା ରହିଛି।ମୁଖ୍ୟ ରାସ୍ତା ଠାରୁ ଏକ କିମି ଆଲୋକିକରଣ ଆବଶ୍ୟକ। ଆନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନ ପ୍ରତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଗ୍ରାଧିକାର ଦେଲେ ଜନସାଧାରଣ ଅଧିକ ଉପକୃତ ହୋଇପାରିବେ ଆଶା ରହିଛି।

ବାଳକୃଷ୍ଣ କହଁର ଙ୍କ ରିପୋର୍ଟ