Hot Posts

6/recent/ticker-posts

କିଲୁସୁଗା ଗ୍ରାମରେ ନାମକରଣ ସଂସ୍କାର କାର୍ଯ୍ୟକ୍ରମ

ଫୁଲବାଣୀ,  ୦୮/୦୯ ( ବାଳକୃଷ୍ଣ କହଁର  ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କିଲୁସୁଗା ଗ୍ରାମର ମିଥୁନ କହଁର ଙ୍କ ପୁଅ ର ନାମକରଣ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଟିଙ୍ଗିଆ ଆରଗାଡି ବାନପ୍ରସ୍ତି ଆଶ୍ରମ ରୁ ଆସି ଥିବା ଗୋବିନ୍ଦ ବାନପ୍ରସ୍ତି ପୂଜା ପାଠ କରିଥିବା ବେଳେ ପୁରୋହିତ ବାଳକୃଷ୍ଣ ପ୍ରଧାନ ସହଯୋଗ କରିଥିଲେ। ଏଥିରେ ଯଜମାନ ଭାବେ ମିଥୁନ କହଁର ଧର୍ମପତ୍ନୀ ରଞ୍ଜନା କହଁର ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟ୍ୟରେ ପ୍ରେମାନନ୍ଦ ବାନପ୍ରସ୍ତି ପର୍ଶୁରାମ କହଁର, ଦିଲ୍ଲୀପ ପ୍ରଧାନ, ଅଜିବନ ମଲ୍ଲିକ, ଉଜ୍ୱଳ ପ୍ରଧାନ, ଚୈତନ୍ୟ କହଁର, ଯୁବରାଜ କହଁର, ବିପିନ ପ୍ରଧାନ ଉପସ୍ଥିତ ରହିଥିଲେ। ଏଥିରେ ଘୃତଯଜ୍ଞ, ନାମଯଜ୍ଞ, ଅର୍ଣ୍ଣଯଜ୍ଞ କରାଯାଇଥିବା ବେଳେ ଏଥିରେ କୋଣନୁକୋଣ ରୁ ବହୁ ସଂଖ୍ୟା ରେ ଆର୍ଯ୍ୟ ଧର୍ମ ର ଭକ୍ତ ମାନେ ଆସି ଭଜନ କୀର୍ତ୍ତନ କରିଥିଲେ।ବୁଦ୍ଧିଜୀବୀ ମାନେ ଭକ୍ତ ମାନଙ୍କୁ ଧର୍ମ ବାଣି ଶୁଣାଇବା ସହ ପ୍ରବଚନ ମାଧ୍ୟ୍ୟମରେ ସତ ମାର୍ଗରେ ଯିବାକୁ ପରାମର୍ଶ ଦେଇଥିଲେ। ଶେଷରେ ବହୁ ଆନନ୍ଦ ର ସହକାରେ ଅର୍ଣ୍ଣ ପ୍ରସାଦ କରି ନିଜ ନିଜ ଘରକୁ ଯାଇଥିଲେ।

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ