ଦକ୍ଷିଣ ଓଡିଶାରେ ବିଜୁ ଜନତା ଦଳକୁ ବଡ଼ ଝଟକା — ପୂର୍ବତନ ସାଂସଦ ଏନ. ଭାସ୍କର ରାଓଙ୍କ ଇସ୍ତଫା
ରାୟଗଡ଼ା, ୦୯ / ୦୯ ( ଭି. ଗୌରି ଶଙ୍କର ରାଓ ) : ବିଜୁ ଜନତା ଦଳ ଛାଡିଲେ ପୂର୍ବତନ ସାଂସଦ ଏନ ଭାସ୍କର ରାଓ, ଇସ୍ତଫା ପ୍ରଦାନ କଲେ ଦକ୍ଷିଣ ଓଡିଶା ର ଜଣେ ଟାଣୁଆ ନେତା. ଦକ୍ଷିଣ ଓଡିଶା ରେ ଭୁସୁଡ଼ିଲା ବିଜୁ ଜନତା ଦଳ, ଗଠନ କରିବେ ବିଜୁ ସ୍ୱାଭିମାନି ମଞ୍ଚ ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ଜିଲ୍ଲା ସଭାପତି ଚୟନ କୁ ନେଇ ଅସନ୍ତୁଷ୍ଟ ଥିଲେ ରାୟଗଡା ରେ ଏକ ସାମ୍ବାଦିକ ସମିଳନୀ ଡକାଇ ଇସ୍ତଫା ଘୋଷଣା କରିଛନ୍ତି! ବିଜୁ ଜନତା ଦଳକୁ ଲାଗିଛି ଏକ ବଡ ଝଟକା l ଗତ 4ତାରିଖ ରେ ବି ଜେ ଡି ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ଶରକା ନାମ ଘୋଷଣ ପରେ ରାୟଗଡା ଜିଲ୍ଲା ରେ କଂପନ ସୃଷ୍ଟି ହେଇଥିଲା l ଜିଲ୍ଲା ରେ ନେତା କର୍ମୀ ଙ୍କ ମନ ରେ ଲାଗି ଥିଲା ଅସନ୍ତୋଷ ର ନିଆଁ l ଜିଲ୍ଲା ରେ ବି ଜେ ଡି ନେତା ଏନ ଭାସ୍କର ରାଓ ଇସ୍ତଫା ଦେଲା ଘୋଷଣା ପରେ ଭାଙ୍ଗି ଯାଇଛି ବି ଜେ ଡି ସଙ୍ଗଠନ lସେ ଏକା ନୁହଁ ତାଙ୍କ ସାଙ୍ଗ ରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଓ ଗଙ୍ଗା ଧରା ପୁଆଲା ମଧ୍ୟ ଇସ୍ତଫା ଦେଇଛନ୍ତି l ଦଳ ରେ ପୂର୍ବ ଭଳି ଗୁରୁତ୍ୱ ରହୁ ନଥିବାରୁ ଓ ସମ୍ମାନ ଦିଆ ଯାଉନାହିଁ ସେଥି ପାଇଁ ଦଳ ଛାଡ଼ିଲି ବୋଲି ପ୍ରକାଶ କରିଛନ୍ତି l ବିଜୁ ବାବୁ ଙ୍କ ନାମ ରେ ବିଜୁ ସ୍ୱାଭିମନ ମଞ୍ଚ ଗଠନ କରାଯିବ ବୋଲି ପ୍ରକାଶ କରିଛନ୍ତି ଓ ଏହି ସଂଗଠନ ରେ ରହି ଲୋକଙ୍କ ପାଇଁ କାମ କରିବୁ ବୋଲି ରାଓ କହିଛନ୍ତି l କିନ୍ତୁ କୌଣସି ରାଜନୈତିକ ସ୍ୱାର୍ଥ ରଖି ଏ ମଞ୍ଚ କାମ କରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ଦଳ ରେ କେଉଁ ମାନେ ରହିବେ ଓ କିଏ ଛାଡ଼ିବେ ସେ ମାନଙ୍କ ବ୍ୟକ୍ତି ଗତ ସ୍ୱାଧୀନତା ରହିବ ବୋଲି କହିଛନ୍ତି l ଦଳ ରେ ସେ ଜଣେ ଜଣେ ଦୃଢ଼ ସଙ୍ଘଠଳ ସେଥି ପାଇଁ ତାଙ୍କୁ 2016 ମସିହା ରେ ରାଜ୍ୟ ସଭା ସାଂସଦ ପାଇଁ ମନୋନିତ ହେଇଥିଲେ l 2016 ମସିହା ରୁ 2022 ମସିହା ଯାୟେ ରାଜ୍ୟ ସଭା ସାଂସଦ ଭାବେ ନିଜର ଦାୟିତ୍ୱ ତୁଲାଇ ଥିଲେ l