Hot Posts

6/recent/ticker-posts

ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

କନ୍ଧମାଳ, ୨୪/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡା ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅତିରିକ୍ତ ଶ୍ରେଣୀ ଗୃହ ଠାରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକଟି ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର କର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ସମସ୍ତ ଅଭିଭାବକ ଓ ଶିକ୍ଷକ ନିଜ ନିଜ ର ମତ ପ୍ରକାଶ କରିଥିଲେ । ଅଭିଭାବକଙ୍କୁ ପିଲାଙ୍କର ପାଠପଢ଼ା, ଶିଷ୍ଟାଚାର, ନିୟମିତା ଓ ଶିକ୍ଷାଳୟର ଶୃଙ୍ଖଳା ବିଷୟରେ ଆଲୋଚନା କରିଥିଲେ, ଏହା ସହିତ ଅଭିଭାବକମାନେ ପିଲାଙ୍କର ଶିକ୍ଷାଗତ ଉନ୍ନତି,ସ୍କୋଲାରସିପ , ୟୁନିଫର୍ମ,ଆଟେଣ୍ଡାନ୍ସ ଓ ସ୍କୁଲର ଶୃଙ୍ଖଳା ବିଷୟରେ ମତାମତ ରଖିଥିଲେ । ସଭାରେ ଅନେକ ଦିଗରେ ଦୁହେଁ ପକ୍ଷର (ଶିକ୍ଷକ ଓ ଅଭିଭାବକ) ସହଯୋଗରେ ବିଦ୍ୟାଳୟକୁ ଆଗକୁ ନେବା ପାଇଁ ସଂକଳ୍ପ ଗ୍ରହଣ କରାଗଲା । ନାରୀ ସୁରକ୍ଷା, ନିଶା ସେବନ, ମୋବାଇଲର ମାତ୍ରାଧିକ ବ୍ୟବହାର, ମୋଟର ସାଇକେଲ ଇତ୍ୟାଦି ବିଷୟରେ ଅଧ୍ୟକ୍ଷ ମହୋଦୟ ନିଜ ର ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ କଲେଜ ର ଅଧ୍ୟାପକ ପ୍ରମୋଦ କୁମାର ନାୟକ, ବାସୁଦେବ ସାହୁ, ସମୀର କୁମାର ବେହେରା, ରଶ୍ମୀ ରଞ୍ଜନ ଲେଙ୍କା, ରଞ୍ଜନ କୁମାର ବେହେରା,ରାମକୃଷ୍ଣ ପଣ୍ଡା, ବୈବ ବେହେରା, ପ୍ରଫୁଲ୍ଲ ବେହେରା, ସଞ୍ଜୟ ଦେହୁରୀ, ସୀତା ପ୍ରଧାନ, ପଦ୍ମା ଦିଗାଲ ଉପସ୍ଥିତ ଥିବା ବେଳେ ଶ୍ରୀ ପ୍ରମୋଦ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।