Hot Posts

6/recent/ticker-posts

ଜାତୀୟ ସେବା ଯୋଜନା ଦିବସ ପାଳିତ

କର୍ଲାମୁଣ୍ଡା, ୨୪/୯ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଏନଏସଏସ କାର୍ଯ୍ଯକ୍ରମ ଅଧିକାରୀ ରବି ମାଝୀଙ୍କ ତତ୍ତ୍ଵାବଧାନ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି I ଏଥିରେ କଲେଜ ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶୁଭ୍ରାଂଶୁ ଶେଖର ମାଝୀ ପ୍ରକଳ୍ପ ସଂଯୋଜକ ଏନଜିଓ, ସମ୍ମାନୀତ ଅତିଥି ଭାବରେ ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, କନିଷ୍ଠ ସହାୟକ ଭୂପିନ୍ଦ୍ର ରଣା ଯୋଗଦାନ କରିଥିଲେ l ଏଥିରେ ୪୦ ଜଣ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ l ଚମ୍ପୁ ଲାଲ ରଣା, ପ୍ରଦୀପ ଭୋଇ ପ୍ରମୁଖ ସହ ଯୋଗ କରିଥିଲେ l