ବାଇସିଙ୍ଗି ପଞ୍ଚାୟତରେ 500 ବୃକ୍ଷରୋପଣ — “ଏକ ପେଡ଼ ମା କି ନାମ” ଅଭିଯାନର ଶୁଭାରମ୍ଭ
ରାୟଗଡ଼ା, ୧୭ / ୦୯ ( ଭି. ଗୌରି ଶଙ୍କର ରାଓ ) : ଅଦ୍ୟ ତା ୧୭-୯-୨୫ ରିଖ ପୂର୍ବାହ୍ନ ୭ ଘଟିକା ସମୟରେ ବାଇସିଙ୍ଗି ଗ୍ରାମ ପଂଚାୟତ ର ଦୁମIଗୁଡ଼ା ଗ୍ରାମରେ "ଏକ ପେଡ ମା କି ନାମ " କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ବାଇସିଙ୍ଗି ଗ୍ରା.ପ ର ସରପଂଚ ଶ୍ରୀମତୀ ବୀନିମା ମଝି ଙ୍କ ଆଧ୍ୟ୍ୟକ୍ଷତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଶ୍ରୀ ବିଜୟ ନାୟକ , କାରୁବାଈ କ୍ଲଷ୍ଟର ର CRCC ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସୁବୁଦ୍ଧି,ଅଙ୍ଗନୱାଡି ସୁପରଭାଇଜର ଶ୍ରୀମତୀ ଗୀତାଞ୍ଜଳି ପIଢି ,GRS ଭାରତୀ ହିମିରିକା ,ୱାର୍ଡ ମେମ୍ବର ଶ୍ରୀମତୀ ନିଁମେଇ କାଡ୍ରIକା , ପଂଚାୟତ ଅଧିନସ୍ଥ ସମସ୍ତ ଗ୍ରାମର ୧୩ ଅଙ୍ଗନୱାଡି କର୍ମୀ ଓ ସମସ୍ତ SHS ଗ୍ରୁପ ର ସଭ୍ୟା ମାନେ ଉପସ୍ଥିତ ରହି ଥିଲେ I, ସର୍ବପ୍ରଥମେ ବ୍ୟାନର ସହ ଏକ ସଚେତନ rally ବୃକ୍ଷ ରୋପଣ ହେବାକୁଥିବା ସ୍ଥାନ ପର୍ଯ୍ୟନ୍ତ ଯାଇ ନିଦ୍ଧାରିତ ସ୍ଥାନ ରେ ୫୦୦ ବୃକ୍ଷ ରୋପଣ ସହ ରାସ୍ତାର କଡରେ ଲଗାଯାଇଥିବା ଗଛରେ ବIଡଘେରି ବା ଲଟେଇ ଦ୍ୱାରା ଆବଦ୍ଧ କରାଯାଇଥିଲା I