Hot Posts

6/recent/ticker-posts

ଝରିଗାଁ ବ୍ଲକରେ କଂଗ୍ରେସର ଜରୁରୀ ବୈଠକ — ତୃଣମୂଳରେ ସଂଗଠନ ସୃଜନରେ ଗୁରୁତ୍ୱ ଆଲୋଚନା

ଝରିଗାଁ, ୦୭ / ୦୯ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝାରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନ ବିଭାଗ ଅତିଥି ଗୃହରେ ସଂଗଠନ ସୃଜନ ଝରିଗାଁ ବ୍ଲକ କଂଗ୍ରେସ ସଭାପତି ତମ୍ବୁଦାସ ପନକାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅଖିଳଭାରତୀୟ ଜାତୀୟ କଂଗ୍ରେସ ପର୍ଯ୍ୟବେକ୍ଷକ ଜେଟେ କୁସୁମ କୁମାର ଟେ ଟେ ପିସିସି ପର୍ଯ୍ୟବେକ୍ଷକ ପୁରୁଷୋତ୍ତମ ଗୁପ୍ତା କଳାହାଣ୍ଡୀ ଲୋକସଭା ପ୍ରାର୍ଥୀନୀ ଦୃପତି ମାଝୀ ଉମରକୋଟ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ତୃଣମୂଳ ସ୍ତରରେ କଂଗ୍ରେସ କିପରି ସଶକ୍ତି ହୋଇ ପାରିବ ସେ ନେଇ ବ୍ଳକର କର୍ମୀ ମାନଙ୍କୁ କର୍ଣ୍ଣମନ୍ତ୍ର ପ୍ରଧାନ କରିଥିଲେ। ତତ ସହିତ ଜିଲ୍ଲା ସଭାପତି ଚୟନ ନିମନ୍ତେ ସମସ୍ତ ପଞ୍ଚାୟତର କର୍ମୀ ମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ମହେଶ୍ଵର ଭତ୍ରା, ଖଗେଶ୍ଵର ନାୟକ, ରବିନ୍ଦ୍ର ନାୟକ, ଯୁବ ସଭାପତି ଯୋଗେଶ୍ଵର ପୂଜାରୀ , ନିର୍ବାଚନ ମଣ୍ଡଳୀ ସଭାପତି ପବିତ୍ର ମାଟିଆ, ମଣ୍ଡଳ ସଭାପତି, ମହାଦେବ ମାଝୀ, ସୂର୍ଯ୍ୟ ଗୌଡ଼, ରାମେଶ ହରିଜନ, ଦଶମୁ ହରିଜନ , ଚୈତନ ଗଣ୍ଡା, ଘନ ମାଝୀ, ଖେମରାଜ ବାଘ, ଉମରକୋଟ ସଭାପତି କୃଷ୍ଣଚନ୍ଦ୍ର ମାଝୀ, ସୁବାସ ସାଗର, ଭାଗୀରଥି ନାୟକ, ମାର୍କଣ୍ଡ ପନକା ପ୍ରଭାତୀ ଜେନା, ଉର୍ମିଳା ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।