ପଟାଙ୍ଗି ଆଦର୍ଶ ବିଦ୍ୟାଳୟ ରେ ପ୍ରତିଷ୍ଟା ଦିବସ ପାଳନ
ପଟାଙ୍ଗି, ୨୧ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା / ପଦଲାମ ଦୋରା ) : ୧୯.୯.୨୦୨୫ ଏହି ତାରିଖ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଂ ଗୋଟିଏ ସ୍କରଣୀୟ ଦିବସ ଅଟେ, କାରଣ ସେହି ଦିନ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଟା ହୋଇଥିଲା ଏହି ଦିନକୁ ଓଡ଼ିଶାର ପ୍ରତ୍ୟେକ ଆଦର୍ଶ ବିଦ୍ଯାଳୟ ପାଳନ କରୁଥିବା ବେଳେ ପଟାଙ୍ଗି ଆଦର୍ଶ ବିଦ୍ୟାଳୟ ମଧ୍ୟ ମହାଆଡ଼ମ୍ବର ରେ ପାଳନ କରିଛନ୍ତି .Iବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀମତୀ ଗାୟତ୍ରୀ ପଣ୍ଡା ଙ୍କ ଦ୍ଵାରା ନିମନ୍ତ୍ରିତ ମୂଖ୍ଯ ଅତିଥି ପଟାଙ୍ଗି ବ୍ଲକ ଅଧ୍ୟକ୍ଷା ଶ୍ରୀ ମତି କଳ୍ପନା ପାଙ୍ଗି ଅସଂଗ୍ରହଣ କରି ପ୍ରଦିପ ପଜ୍ଵଳନ କରି ସମାରହକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିର ଅତିଥିଗଣ ଶ୍ରୀଯୁକ୍ତ ଟାକାଇ ଗେମେଲ (ଜିଲ୍ଲାପରିଷଦ) ଶ୍ରୀ ଯୁକ୍ତ ଲଇଚନ ଖରା(ଜିଲ୍ଲାପରିଷଦ) ଉପସ୍ଥିତ ଥିବାବେଳେ ମୂଖ୍ୟ ବକ୍ତା ଶ୍ରିମତୀ ସୁଜାତା ପାଣି DPS ଅଧ୍ଯକ୍ଷ (ଦାମନଜଡ଼ି) ବକ୍ତ୍ୟବ ଦେଇଥିଲେ ସେ ମନେ କରିଥିଲେ ଏହି କାର୍ଯ୍ୟକ୍ରମ କୁ ଏକ ସୁଯୋଗ ଓ ପ୍ରେରଣାଦାୟକ ଦୃଷ୍ଟାନ୍ତ ବୋଲି ବର୍ଣ୍ଣନା କଲେ. ଛାତ୍ରଛାତ୍ରୀ ମାନଙ୍କ ମଞ୍ଚରେ ଦୀପ୍ତିମାନ ତାରା ହେବାକୁ ପ୍ରେରଣା ଦେଲେ ସମଗ୍ର ବିକାଶ ଉପରେ ଜୋର ଦେଲେ,ଶ୍ରେଣି କକ୍ଷ୍ୟା ହେଉଛି ଭବିଷ୍ଯତର ଆଇନା ବୋଲି କହିଲେ,ଅନୁକଳନ କ୍ଷମତା ବିଷୟରେ ଉଲ୍ଲେଖ କଲେ ଅନ୍ତର୍ଜାତୀୟ ଉଦାହରଣ ଦେଇଥିଲେ ସୋସିଆଲ୍ ମିଡିଆର ସଠିକ୍ ବ୍ୟବହାର ବିଷୟରେ ସଚେତନ କରିଥିଲେ।ଆଧୂନିକତା, ପାରମ୍ପାରିକତା ଓ ଆଧ୍ୟ୍ୟାତ୍ମିକତାର ସମନ୍ବୟ କରିବାକୁ ପରାମର୍ଗ ଦେଲେ,ଏହି କାର୍ଯ୍ୟକ୍ରମରେ ମଞପରିଚାଳନା କରିଥିଲେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଚିତାନନ୍ଦ ନାୟକ,ଏବଂ ଶ୍ରୀମତି ପ୍ରୟପଦଲାମ ଦୋରାଙ୍କା ଚୈଧୂରୀ,ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆଦର୍ଶ ବିଦ୍ୟାଳୟ ର ପ୍ରୀସ୍ସପାଲ ଶ୍ରୀମତୀ ଗାୟତ୍ରି ପଣ୍ଡ ଏହି କାର୍ଯ୍ୟକ୍ରମରେ ସ୍କୂଲ ର ସମସ୍ତ କର୍ମକର୍ତ୍ତା ଓ ଅଭିଦ୍ଭାବକ ଅସଂଗ୍ରହଣ କରିଥିଲେ
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକାଙ୍କ ସହ ପଦଲାମ ଦୋରା ଙ୍କ ରିପୋର୍ଟ ନବଦୂତ ନ୍ଯୁଜ