Hot Posts

6/recent/ticker-posts

ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ମିଳିବା ରେ ବାଟବଣା

ଫୁଲବାଣୀ, ୨୬/୯ ( ବାଳକୃଷ୍ଣ କହଁର ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ବାସହୀନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ଯୋଗାଇ ଦେଉଛନ୍ତି। ହେଲେ ଆଜି ବି ଏହି ଯୋଜନା କେତେକ ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ କୁଏରୀମାଣ୍ଡୁ ପଞ୍ଚାୟତ ପାଦେରୀପଡ଼ା ଗ୍ରାମରେ ଝାଟିମାଟି କୁଡ଼ିଆରେ ୪ ପ୍ରାଣୀ କୁଟୁମ୍ବ ଜୀବନ ବିତାଉଛନ୍ତି। ରାଜେନ୍ଦ୍ର କହଁର ବୟସ (୩୨) ସ୍ତ୍ରୀ ଓ ଦୁଇ ପୁଅ କୁ ନେଇ ଗୋଟିଏ ପରିବାର । ଦୀର୍ଘ ବର୍ଷ ଧରି ଏହି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ରହି ଆସୁଛନ୍ତି ରାଜେନ୍ଦ୍ର ପରିବାର।ଖରା ଦିନରେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷା ଦିନ ଘର ଛପରରୁ ପାଣି ଗଳୁଛି। ଯାହା ଫଳରେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାଜେନ୍ଦ୍ର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ନୂତନ ଓଡ଼ିଶା ସରକାର ଗରିବ ଙ୍କ ଦୁଃଖ କେବେ ଦୂର କରୁଛି ।

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।