ନିତିଦିନିଆ ଯାତାୟାତ ରାସ୍ତାର ଅବସ୍ଥା ବେହାଲ। ଆଣ୍ଠିଏ କାଦୁଅ ର ଯନ୍ତ୍ରଣା...
କେସିଙ୍ଗା, ୨୬ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ପଞ୍ଚାୟତ କର୍ତୁପକ୍ଷ ଙ୍କ ଅବହେଳା ଯୋଗୁଁ ଆଜି ମଧ୍ୟ ରାସ୍ତା ପାଇଁ ହିନସ୍ତା। ଆଣ୍ଠିଏ ପଚ ପଚ୍ କାଦୁଅ ପାଲଟିଛି ନିତିଦିନିଆ ରାସ୍ତା। ପାଷ୍ଟିକୁଡି ରୁ ନାଶିଗାଁ କୁ ସଂଯୋଗ କରୁଥିବା ରାସ୍ତା ର ଅବସ୍ଥା ଦେଖିଲେ, ବ୍ୟବସ୍ଥା କୁ ପ୍ରଶ୍ନ ଆସେ ବର୍ଷ ବର୍ଷ ଧରି କାହିଁକି ରାସ୍ତାର ଦୁର୍ଦ୍ଦଶା... କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ପାଷ୍ଟିକୁଡି ବସ୍ତି ରୁ ଦେଖିବା ମିଳୁଛି ଏପରି ଦୃଶ୍ୟ ରିପୋର୍ଟ। କିପରି ସରପଞ୍ଚ,ଓ କିପରି ପିଇଓ, ଙ୍କ ଅବହେଳା ମନୋବୃତ୍ତି ଯୋଗୁଁ ଗାଁ ଲୋକେ ହିନସ୍ତା। ଦେଖୁନାହାନ୍ତି ଅନ୍ଧ ବୃଦ୍ଧ ଦୁଇଜଣ ଆସୁଥିବା ସମୟ ର ଦୃଶ୍ୟ । କେତେ ଯେ କଷ୍ଟକର । ବିଚଳିତ କରୁଛି। ଏ ଚିତ୍ର ବ୍ୟବସ୍ଥା ଆଉ ପ୍ରଶାସନ କୁ ପ୍ରଶ୍ନ କରିବ।କଷ୍ଟେମଷ୍ଟେ ବାଇକ ପାର ହେଉଛି। ପ୍ରତି ପାଦ ରେ ପାଦ ଖସୁଛି, କାଦୁଅ ରେ ଗୋଡ ଭାସିଯାଉଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ର ପାଷ୍ଟିକୁଡି ପଞ୍ଚାୟତ, ପାଷ୍ଟିକୁଡି ବସ୍ତି କୁଲିଆପଡା ରୁ ନାଶିଗାଁ କୁ ସଂଯୋଗ କରୁଛି ଏହି ରାସ୍ତା। ହେଲେ ନାକତଲେ ଥିବା ପଞ୍ଚାୟତ ପ୍ରଶାସନ ହେଉ ଅବା ବ୍ଲକ ପ୍ରଶାସନ କି ଭବାନୀପାଟଣା ରେ ଥିବା ବିଧାୟକ, ବା ଜିଲ୍ଲା ପ୍ରଶାସନ ବାବୁ ହୁଅନ୍ତୁ ।ଏମାନଙ୍କୁ ଲୋକେ ଙ୍କ ସମସ୍ୟା ଦେଖାଯାଏ ନାହିଁ । ରାସ୍ତା ଦେଇ ପ୍ରତ୍ୟେକ ଦିନ ଯାତାୟାତ କରିଥାନ୍ତି। ଦୈନନ୍ଦିନ ଜିବିକା, ଚାଷ କାମ ଠାରୁ ଆରମ୍ଭ କରି ପାଖ ନାଶିଗାଁ ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଯମ ଯନ୍ତ୍ରଣା ସହିବାକୁ ପଡେ। ହେଲେ ଏହି ରାସ୍ତା ନିର୍ମାଣପାଇଁ ପ୍ରତିବର୍ଷ ପଞ୍ଚାୟତ କର୍ତୁପକ୍ଷ ଫଣ୍ଡ ଆଣି ସୁଚନାଫଲକ ଲଗାନ୍ତି। ହେଲେ କାମ କୁଆଡେ ଗାଏବ ହୋଇଯାଏ ଜଣାପଡେ ନାହିଁ ବୋଲିି କୁହନ୍ତି ଗ୍ରାମବାସୀ। ଏନେଇ ସରପଞ୍ଚ କୁ କହିଲେ ତୁମ ପଡ଼ାରୁ ଭୋଟ ଦେଇନ କାମ ବି ହେବ ନାହିଁ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି। ସମସ୍ୟା କୁ ନେଇ ସରପଞ୍ଚ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ,ହେଲେ ଫୋନ ଉଠାଇନଥିଲେ। କେଉଁମାନେ ବିକାଶ ରେ ବାଧକ, କାହାପାଇଁ ରାସ୍ତା କାମ ହୋଇପାରୁନାହିଁ। ଆଜି ମଧ୍ୟ ରାସ୍ତା ସମସ୍ୟା ରେ ଦୁର୍ଦ୍ଦଶା ଭୋଗୁଛନ୍ତି । ଖବର ପ୍ରସାରଣ ପରେ ପଡ଼ିବ ତ ପ୍ରଶାସନ ଓ ନେତା ଙ୍କ ନଜର ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ