ଏସେଜି ଗ୍ରୁପ୍ ରୁ 50 ହଜାର ଟଙ୍କା ନେଇଁ ଫେରାର୍ ସମ୍ପାଦିକା ଶିବାନୀ କହଁର.. ଥାନାରେ ଅଭିଯୋଗ କଲେ ଗ୍ରୁପ ମହିଳା ମାନେ
ଫୁଲବାଣୀ, ୨୬/୯ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ତୁଳସୀ ଗୃପ୍ ର ସମ୍ପାଦିକା ଶିବାନୀ କହଁର(୨୦)ବର୍ଷ ହୋଇଥିବା ବେଳେ ତାଙ୍କର ଝିଅ ଗୋଟେ ୩ ବର୍ଷ ର ରହିଥିବା ଜଣା ପଡିଛି ବିଦୁସ୍ମିତା କହଁର ସେ ଗତ ତା ୧୬/୭/୨୫ ରିଖ ଠାରୁ ଘରୁ କେଉଁ ଆଡ଼େ ଫେରାର୍ ହୋଇଥିବା ଜଣା ପଡ଼ିଛି l ପ୍ରକାଶ ଥାଉକି (୫୦.୦୦୦) ହଜାର ଟଙ୍କା ଗୃପ ମାଁ ମାନଙ୍କ ର ନେଇଯାଇଥିବା ଗୋଛାପଡ଼ା ଥାନାରେ ଅଭିଯୋଗ କରିଛନ୍ତି ତୁଳସୀ ଦେବି ଏସେଜି ଗ୍ରୁପ୍ ର ମହିଳା ସଦସ୍ୟା ମାନେ l ତୁଳସୀ ଦେବି ଗୃପ ରେ ସେ ସଂପାଦକ ଭାବେ କାର୍ଯ୍ୟ କରୁଥିବାବେଳେ ଚଞ୍ଚକତା କରି ଗ୍ରୁପ୍ ର ଟଙ୍କା ହଡ଼ପ କରି ନେଇ ଯାଇଥିବା କହିଛନ୍ତି ସ୍ୱାମୀ ଏବଂ ଗ୍ରୁପ୍ ମହିଳା ମାନେ। ସମସ୍ତ ମିଳିତ ଭାବେ ଥାନାରେ ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ ଦେଇଛନ୍ତି ଗ୍ରୁପ ସଭାପତି ଯଶୋଦା କହଁର ଏବଂ ମହିଳା ଗଣ l ଗୋଚ୍ଛାପଡ଼ା ଥାନା ଅଧିକାରୀ ଚିରଞ୍ଜିବି ବେହେରା ଅଭିଯୋଗ ଗ୍ରହଣ କରି ଗୁରୁତର ଭାବେ ତଦନ୍ତ କରୁଥିବା ସୂଚନା ମିଳିଛି l ଦେଖାଯାଉ ଏହି ମହିଳା ଜଣଙ୍କ ଏତେ ଟଙ୍କା ନେଇଁ ଗଞ୍ଜେଇ ବେପାର କରୁଛନ୍ତି ନା ସ୍ୱାମୀ ଛୁଆ ପିଲା ଛାଡ଼ି ଅନ୍ୟ ପୁରୁଷ ବନ୍ଧୁ ଙ୍କ ସହିତ ରୋମାନ୍ସ କରୁଛନ୍ତି ନା ଆଉ କଣ ତାହା ସମୟ ହିଁ କହିବ ବୋଲି ଅଞ୍ଚଳ ରେ ଯୋର ଚର୍ଚ୍ଚା ହେଉଛି
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ରିପୋର୍ଟ।