ଜମଲା ରେ ଦୁର୍ଗାପୂଜା ପାଇଁ କଳାକାର ବରଣ
ପଦ୍ମପୁର, ୦୭ / ୦୯ ( ଭାଗିରଥି ଭୋଇ ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ଗ୍ରାମ ରେ ହେବାକୁ ଥିବା ୪୯ ତମ ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବ ର ରାବଣ ଦରବାର କାର୍ଯ୍ୟକ୍ରମ ପାଇଁ କଳାକାର ବରଣ ଜମଲା ଦୁର୍ଗାପୂଜା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି ର ସଭାପତି ତୁଳାରାମ ବେହେରା,ସମ୍ପାଦକ ଗଣେଶ ଭୋଇ ଓ କୋଷାଧ୍ୟକ୍ଷ କହ୍ନେଇ ପଧାନ୍ ଙ୍କ ଉପସ୍ଥିତି ରେ ପାରଂପରିକ ରୀତି ନୀତି ଅନୁସାରେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ରଂଗମଞ୍ଚ କଳାକାର ଆର୍ତ୍ତତ୍ରାଣ ସୁନାନି ଙ୍କୁ ରାବଣ ଭୂମିକା ପାଇଁ ଏବଂ ରାମ, ଲକ୍ଷ୍ମଣ, ହନୁମାନ ଇତ୍ୟାଦି ବିଭିନ୍ନ ଭୂମିକାରେ ଅଭିନୟ କରିବାକୁ ଯାଉଥିବା କଳାକାର ଙ୍କୁ ବରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ପୂଜା କମିଟି ର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ