ଜିଲ୍ଲା ସ୍ତରୀୟ ଗୁରୁପୂଜନ କାର୍ଯ୍ୟକ୍ରମ
ଫୁଲବାଣୀ, ୦୮/୦୯ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ଅନୁଷ୍ଠାନ ପ୍ରତିବର୍ଷ ଭଳି ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ପର୍ବ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୁରୁଦିବସ ଅବସରରେ ଗୁରୁଙ୍କୁ ସମ୍ମାନ ପୂଜା କରିବା ଵିଧି ମୁତାବକ କନ୍ଧମାଳ ଜିଲ୍ଲା ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶମ୍ବୁନାଥ ନନ୍ଦୀ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ, ସୁବାସ ମହାନ୍ତି ପୂର୍ବତ୍ତନ ଜିଲ୍ଲା ମଙ୍ଗଳ ଅଧିକାରୀ କନ୍ଧମାଳ, ଶ୍ରୀ ପ୍ରଶାନ୍ତ କୁମାର ବେହେରା ସଭାପତି ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ, ଫୁଲବାଣୀ ଙ୍କ ଉପସ୍ଥିତ ରେ ଗୁରୁଙ୍କ ପ୍ରଶଂସା ସହ କାର୍ଯ୍ୟ ଦକ୍ଷତାର ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତ ରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଡିବା ସହିତ ଲୁକାୟିତ ପ୍ରତିଭା ତିଆରି କରି ଆଗକୁ ଯିବାପାଇ ପ୍ରେରଣା ଦେଇଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହେଲେ ଡ଼କ୍ଟର ଦୈତାରୀ ଡିଗାଲ, ଡ଼କ୍ଟର ତିଲୋଚନ ପଣ୍ଡା, ମିନତୀ ଦେବି, ଶ୍ରୀଯୁକ୍ତ ଉମାଶଙ୍କର ସାମନ୍ତରାୟ, ଡ଼କ୍ଟର ତନୁରେଖା ନାୟକ, ସବିତା ପ୍ରାଣିଗ୍ରାହି,ଡ଼କ୍ଟର ସୁଧୀର ସାହୁ, ଜୟନ୍ତୀ ବାନାରା, ଜୟନ୍ତୀ ତୋପ, ସନ୍ତୋଷ ଭୋଇ,ଶାଶ୍ଵତୀ ମହାନ୍ତି,ଲକ୍ଷ୍ମୀ ,ଶରତଚନ୍ଦ୍ର ସାହୁ,କୃଷ୍ଣଚନ୍ଦ୍ର ବଳିୟାରସିଂ,ରାଜ ବନ୍ଧୁ ନାୟକ,ସୁବଳ କୁମାର ରଥ,ଲବ ପ୍ରଧାନ,ଦୂର୍ଯ୍ୟୟ ମୁଠାମାଝୀ, ରୋଜାଲିନି ନାୟକ, ଏଲ ମୋହନ ଆଚାରି, ବଂଶୀଧର ପାହାନ,ସୂର୍ଯ୍ୟକାନ୍ତି ପାଢ଼ୀ,ସାଗର କୁମାର ନାୟକ,ଦୁଷ୍ମନ୍ତ କୁମାର ବେହେରା,ମଦନ କହଁର,ସାରଳା ମାଝୀ,ରଶ୍ମୀକାନ୍ତ ସାହୁ, ସୁରମା ଦିଗାଲ,ଗୁରୁପ୍ରସାଦ ସାହୁ, ଲକ୍ଷ୍ମି ପଣ୍ଡାଆଦି ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା। ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ ଶେଷରେ ସମସ୍ତ ଙ୍କୁ ସମ୍ମାନର ସହିତ ଧନ୍ୟବାଦ ଦେଇଥିଲେ।
ବାଳକୃଷ୍ଣ କହଁର ଙ୍କ ରିପୋର୍ଟ