ତେନ୍ତୁଳୀଖୁଣ୍ଟି ବ୍ଲକର କଂଗ୍ରେସ ସଭାପତି ଭାବେ ପ୍ରଲ୍ଲାଦ ହିଆଲ ମନୋନୀତ
ନବରଙ୍ଗପୁର, ୦୮ / ୦୯ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର ହାଟପଦା ଠାରେ ଗତ, 5/9/25 ତାରିଖ ଦିନ ଭାରତୀୟ ଜାତୀୟ କଂଗ୍ରେସର ପର୍ଯ୍ୟବେକ୍ଷକ ଶ୍ରୀ ଜେ. ଟି. କୁସୁମୁ କୁମାର ଟେଟେଙ୍କ ନେତୃତ୍ୱରେ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ସମିତିର ପନ୍ଦର ଗୋଟି ପଞ୍ଚାୟତର କଂଗ୍ରେସ କର୍ମୀ, କର୍ମକର୍ତ୍ତା ଓ଼ ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା | ଏହାର ମୁଖ୍ୟ ଉଦେଶ୍ୟ ଥିଲା ତୃଣମୂଳ ସ୍ତରରୁ ଲୋକଙ୍କ କାମକରି କଂଗ୍ରେସ ଗଡ଼କୁ ସୁଦୃଢ କରିବା | ତେନ୍ତୁଳୀଖୁଣ୍ଟି ବ୍ଲକ ପାଇଁ ଏକ ସଭାପତି ଚୟନ କରିବା କଥା ଉପସ୍ଥିତ ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ଅବଗତ କରାଇଥିଲେ ଓ଼ ପନ୍ଦର ଗୋଟି ପଞ୍ଚାୟତର କଂଗ୍ରେସ କର୍ମୀ ଓ କର୍ମକର୍ତା ମାନଙ୍କର ପୃଥକ ପୃଥକ ଭାବେ ପଚାରି କାହାକୁ ସଭାପତି କରିବା ପାଇ ନାମ ପଚାରି ଥିଲେ |ଆଜି ଅର୍ଥାତ 7/9/25 ତାରିଖରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟଲୟ ଠାରେ ଶ୍ରୀ ଟେ lଡେ ସଭାପତି ନାମ ଘୋଷଣା କରିଥିଲେ | ତେନ୍ତୁଳୀଖୁଣ୍ଟି ବ୍ଲକର ପୂର୍ବତନ ସଭାପତି ପ୍ରହ୍ଲାଦ ହିଆଲଙ୍କୁ ପୁନଃବାର ଅଞ୍ଚଳ ବାସୀ ନିର୍ଦନ୍ଦ ଭାବେ ନିର୍ବାଚିତ କରିଥିବା ସୂଚନା ମିଳିଛି l ଏହି ସମୟରେ କଂଗ୍ରେସ କର୍ମୀ ଓ କର୍ମକର୍ତା ମାନଙ୍କ ମଧ୍ୟରେ କିଶୋର ଚନ୍ଦ୍ର ସିଂ, ବସନ୍ତ ପାଣିଗ୍ରାହୀ, ପି. ନାଗରଂତ୍ମ. ସୁଷମା ପ୍ରଧାନୀ. ଜୟ ହରିଜନ, ନୁରସିଂ ନାୟକ ଅଜୟ ହିଆଲ. ଭୀମ ପାଣିଗ୍ରାହୀ, ନକୁଳ କର୍କରା଼, ସୁବାଷ କର୍କରା଼. ପଙ୍କଜ ଖୁରା, ଭାସ୍କର ଖୁରା, କୃଷ୍ଣ କର୍କରା ,ବିଷ୍ଣୁ ନାଥ ସିଂ ଙ୍କ ସହ ବହୁ କଂଗ୍ରେସ କର୍ମୀ ଓ କର୍ମକର୍ତା ଉପସ୍ଥିତ ରହିଥିଲେ |