Hot Posts

6/recent/ticker-posts

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ପିତାମାତା ଙ୍କ ର ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ,ନିମନ୍ତେ ଏକ ଦିବସୀୟ ଅନ୍ତରନିବେଶ ସଚେତନତ କାର୍ଯ୍ୟକ୍ରମ

ଫୁଲବାଣୀ, ୧୭/୯ (ବାଳକୃଷ୍ଣ କହଁର) : ଚକାପାଦ ବ୍ଲକ ଶଙ୍କରାଖୋଲ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ଦିବସୀୟ ଅନ୍ତରନିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତାଣ୍ଡିଗୁଡା ସି ଆର ସି ସି ମୋତିଲାଲ ବେହେରା ଯୋଗଦେଇଥିବା ବେଳେ ସାଧନ କର୍ମୀ ବିକ୍ରମ ଦିଗାଲ, ବ୍ଲକ ସାଧନ କର୍ମୀ ପି ଜଗଦୀଶ ପାତ୍ର, ଧିରେନ କୁମାର ତ୍ରିପାଠୀ ଉପସ୍ଥିତ ରହି ୫୦ ଜଣ ଦିବ୍ୟାଙ୍ଗ ପିଲାଙ୍କ ଅଭିଭାବକ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପିଲାମାନଙ୍କ ର ଶିକ୍ଷା ବୃତ୍ତି, ସହାୟକ ଉପକରଣ, ଶିକ୍ଷା ବା ଚାକିରୀ କ୍ଷେତ୍ରରେ ସଂରକ୍ଷଣ, ଭିନ୍ନ କ୍ଷମ ପ୍ରମାଣ ପତ୍ର, ଶିକ୍ଷା ଅଧିକାର ଆଇନ, ନେସନାଲ ଏଜୁକେସନ ପଲିସ ୨୦୨୦ ଇତ୍ୟାଦି ବିଷୟରେ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।ଏଥିରେ ସହକାରୀ ଶିକ୍ଷକ ସୁରେଶନ ମଲ୍ଲିକ, ଶ୍ରୀ କୁମାର କହଁର ସହଯୋଗ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।