ତେରେସିଂହାରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ
କର୍ଲାମୁଣ୍ଡା, ୧୭/୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆୟୋଜିତ କାର୍ଯ୍ୟକ୍ରମରେ ତେରେସିଂହା ଗ୍ରା.ପ. ସରପଞ୍ଚ ପ୍ରମୋଦ ସୁନା, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀର, ଏଡିଇଓ ଅଶୋକ ଖର୍ସେଲ, ଯୋଗାଣ ସହାୟକ ମୋହନ ଗହୀର, ନିର୍ମଳ ରଣା, ଭରତ ରଣାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ I ସରକାରଙ୍କ "ଏକ୍ ପେଡ୍ ମା' କେ ନାମ୍" ଅଭିଯାନରେ ସାମିଲ ହୋଇ ମା' ପ୍ରତି ସମ୍ମାନ ଓ ଧରିତ୍ରୀ ମା' ର ସୁରକ୍ଷା ପାଇଁ ଗଛଟିଏ ଲଗାଇଥିଲେ I ସେହିପରି ତେରେସିଂହା ଗ୍ରାମସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ବୃକ୍ଷ ରୋପଣ ହୋଇଯାଇଛି I ଶାଖା ପରିଚାଳକ ଦୀନମଣି ନାଏକଙ୍କ ନେତୃତ୍ୱରେ କ୍ୟାସିୟର ରବୀନ୍ଦ୍ର ବାର୍ଲା, ଅସ୍ଥାୟୀ କର୍ମଚାରୀ ସୁଶାନ୍ତ ରଣା, ତେରେସିଂହା ଏନ୍.ୱାଇ.ଏସ୍ ସଦସ୍ୟ କଳାକାହ୍ନୁ ରଣା ପ୍ରମୁଖ ସାମିଲ ହୋଇଥିଲେ I