ଆଦିକର୍ମ ଯୋଗୀ ସହାୟତା କେନ୍ଦ୍ର ଉଦଘାଟିତ
ସିନାପାଲି, ୧୭/୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଗ୍ରାମ ପଂଚାୟତ ଠାରେ ଆଦିକର୍ମ ଯୋଗୀ ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ସହାୟତା କେନ୍ଦ୍ରକୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କଳ୍ପଲତା ସାଗର ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ପରିଡ଼ା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁନିଲ କୁମାର ସାମଲ ଏବଂ ସେବା ମହିଳା ମଣ୍ଡଳ ସମ୍ପାଦକ ଚୁଡ଼ାରାମ ବିହାରୀ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥି ବୃନ୍ଦ ଆଦିକର୍ମ ଯୋଗୀ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ପ୍ରାଞ୍ଜଳ ଭାବରେ ଉପସ୍ଥିତ ଜନସାଧାରଣଙ୍କୁ ଯୋଜନା ସମ୍ପର୍କରେ ବୁଝାଇଥିଲେ।