ବ୍ଲକ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ
କନ୍ଧମାଳ, ୧୦/୦୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମପଂଚାୟତ ର ଲାଇନପଡ଼ାର ପି ଏମ ଶ୍ରୀ ସରକାରୀ ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଚାରୋଟି ଜୋନରୁ ଆସିଥିବା ଲାଇନପଡ଼ା, ଶଙ୍କରାଖୋଲ, ପସରା, ଘୁଡୁକାପଦରର ଛାତ୍ର ଛାତ୍ରୀ ମାନେ ପ୍ରାୟ ୨୩୫ ଜଣ କବାଡ଼ି, ଖୋ ଖୋ, ଫୁଟବଲ, ହକି, ବେଡ଼ମୀଣ୍ଟନ, ଦୌଡ଼, ଲମ୍ବା ଡିଆଁ, ଏହି ପରି ଏଗାର ଗୋଟି ଖେଳ ପ୍ରତିଯୋଗିତା ରେ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଶୈବ ପୀଠ ଶ୍ରୀ ଶ୍ରୀ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ହୋଇଥିଲା । ମଶାଲ ଆସି ସାରିବା ପରେ ଅନୁଷ୍ଠାନିକ ଭାବେ ଖେଳ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚ ଶିକ୍ଷା ସେତୁର ସଭାପତି ଶ୍ରୀ ରାଜେନ୍ଦ୍ର ନାରାୟଣ ବେହେରା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ସାହାଣୀ, ବିଦ୍ୟାଳୟର ସହକାରୀ ଶିକ୍ଷକ ବିକ୍ରମ ବିହାରୀ ବେହେରା,ଖେଳ ଶିକ୍ଷକ ଶ୍ୟାମ ସୁନ୍ଦର ସହ, ଗୀତାଞ୍ଜଳି ପ୍ରଧାନ (ସି ଏସ ଆଇ ଫୁଲବାଣୀ ),ବ୍ଲକ ସେକ୍ରେଟାରୀ ଦିବାକର ବେହେରା,ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ର ଖେଳ ଶିକ୍ଷକ ଉପସ୍ଥିତ ଥିଲେ । ଖେଳ ପରିଚାଳନା କରିଥିଲେ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀ ସୁଶୀଲ କୁମାର କଂହର, ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟ ର ହିନ୍ଦି ଶିକ୍ଷକ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁରୋହିତ । ଏହି ପ୍ରତିଯୋଗିତା ନଅ ତାରିଖ ରୁ ଆରମ୍ଭ ହୋଇ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ଶେଷରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।