Hot Posts

6/recent/ticker-posts

ବିଦ୍ୟାଳୟ ଗଠନର ମୁଖ୍ୟ ଉଦ୍ୟୋକ୍ତା ବିଙ୍ଗିରାଜ କହଁରଙ୍କ ବିୟୋଗରେ ବିଦ୍ୟାଳୟ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

କନ୍ଧମାଳ, ୧୦/୦୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କ୍ରାଣ୍ଡିବାଲି ଗ୍ରାମ ନିବାସୀ ତଥା କ୍ରାଣ୍ଡିବାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗଠନର ପ୍ରମୁଖ ଉଦ୍ୟୋକ୍ତା ବିଙ୍ଗିରାଜ କହଁରଙ୍କ ଆଜି ପୂର୍ବାହ୍ନ ୯ ଘଣ୍ଟିକା ସମୟରେ ଆକସ୍ମିକ ଦେହାନ୍ତ ହୋଇଯାଇଛି । ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ସମାଜ ସେବୀ ଥିଲେ କ୍ରାଣ୍ଡିବାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗଠନର ମୁଖ୍ୟ ଭୂମିକାରେ ନିଭାଇଥିଲେ । ବିଦ୍ୟାଳୟ ସ୍ଥାପନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଯଥେଷ୍ଟ ସହଯୋଗ ଓ ଅବଦାନ ରହି ଆସୁଥିଲା । ତଦ୍ ସହିତ ବିଦ୍ୟାଳୟର ଦୁର୍ଦ୍ଦିନ ସମୟରେ ସେ ଆଗଭର ହୋଇ ଛିଡା ହେଉଥିଲେ ତାଙ୍କର ବିଦ୍ୟାଳୟ ପ୍ରତି ସାହାଯ୍ୟ ସହଯୋଗ ଅତୁଳନୀୟ । ଏଣୁ ତାଙ୍କର ବିୟୋଗରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶୋକ ପ୍ରକାଶ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଏବଂ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।