ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ ।
ଖଜୁରୀପଡ଼ା, ୧୦/୦୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ପ୍ରଗତି ଚିନ୍ତନ ପରିଷଦ, ଖୁସି କେୟାର ହସ୍ପିଟାଲ ଓ ବିଦ୍ୟାଳୟର ଇକୋ କ୍ଲବର ମିଳିତ ଆନୁକୂଲ୍ୟରେ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେପି ସିପି ସଭାପତି ଡକ୍ଟର ଦିଲ୍ଲୀପ କୁମାର ସାହାଣୀ, ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଉପସଭାପତି ଦ୍ୱୟ ସୁବାଷ ଚନ୍ଦ୍ର ପ୍ରଧାନ, ଶୁଭେନ୍ଦୁ ତ୍ରିପାଠୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏଥିପାଇଁ ଆବଶ୍ୟକ ବୃକ୍ଷ ଚାରା ଖୁସି କେୟାର ହସ୍ପିଟାଲ ତରଫରୁ ଯୋଗାଇ ଦିଆଯାଇଥିଲା । ଲିଚୁ, ଖଜୁରା ପଣଷ, ତେଜପତ୍ର ଓ ବିଭିନ୍ନ ଫୁଲ ଏବଂ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପିଏଚଡ଼ି ଡିଗ୍ରୀ ହାସଲ କରିଥିବା ଡଃ ଦିଲ୍ଲୀପ କୁମାର ସାହାଣୀଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ବାରିକ ସମେତ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ,ଜାଗେଶ୍ୱର ଗାଇଗୋରିଆ,ସସ୍ମିତା କାନୁନଗୋ, ଶଙ୍କର୍ଷଣ ଯାନୀ ଓ କର୍ମଚାରୀ ନିରଞ୍ଜନ ପ୍ରଧାନ,କିଶୋର ପ୍ରଧାନ , ଅନନ୍ତ ଯାନୀ ଏବଂ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।