Hot Posts

6/recent/ticker-posts

ବକେୟା ଦରମା ଦାବିରେ ଜିପିଏଲ୍‌ଏଫ୍ କର୍ମୀଙ୍କ ଗଣଧାରଣା ଦ୍ଵିତୀୟ ଦିନରେ

ଲାଞ୍ଜିଗଡ଼, ୨୩/୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ସମ୍ମୁଖରେ ଜିପିଏଲ୍ଏଫ୍ କର୍ମୀମାନେ ଗଣଧାରଣା ଦେଇଛନ୍ତି। ଦୀର୍ଘ ୬ମାସ ଧରି କର୍ମୀମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ଇନସେଟିଭ ହିସାବରେ ଗଣତିକରି ଦରମାଦେବା ନିଷ୍ପତିକୁ ସଂଘ ଘୋର ବିରୋଧ କରିଛି। ପୂର୍ବରୁ ଏହି ଜିପିଏଲ୍ଏଫ୍ କର୍ମୀମାନଙ୍କୁ ଯେଉଁଭଳି ଭାବେ ଦରମା ଦିଆଯାଉଥିଲା ଠିକ୍ ସେହି ନିୟମ ଆଧାରରେ କର୍ମିମାନଙ୍କୁ ସାମିଲ କରି ଦରମା ଦେବାକୁ ଦାବିହେଇଛି। ଅଲ୍ ଓଡ଼ିଶା କର୍ମୀ ସଂଘ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଇ ନଥିବାରୁ କର୍ମୀମାନେ ଗଣଧାରଣାରେ ସାମିଲ୍ ହୋଇଛନ୍ତି। ଏଥିରେ ବ୍ଲକର ୨୬ ଗୋଟି ପଞ୍ଚାୟତରୁ ଏମ୍ବିକେ,ସିଆରପି,ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣିମିତ୍ର ଆଦି ୨୨୭ ଜଣ କର୍ମୀ ସାମିଲ ହୋଇଥିଲେ। ଏହି କର୍ମୀମାନଙ୍କୁ ଗତ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ଦରମା ମିଳିନଥିବା ଲାଞ୍ଜିଗଡ଼ ଜିପିଏଲ୍ଏଫ୍ ସଂଘର ସଭାପତି ରଜନୀ ନାୟକ,ସମ୍ପାଦୀକା ଜ୍ୟୋତିର୍ମୟୀ ସାହୁ ପ୍ରକାଶ କରିଛନ୍ତି। ଏନେଇ ଶନିବାର ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଆଜି ମଙ୍ଗଳବାର ଏହି ଧାରଣା ଦ୍ଵିତୀୟ ଦିନରେ ପହଞ୍ଚି ଥିବା ବେଳେ ସେମାନେ କହିଛନ୍ତି ଯେ ସରକାର ଯେତିକି କାମ ସେତିକି ବରମା ନୀତିକୁ ବନ୍ଦକରନ୍ତୁ ନଚେତ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବୁ। ଆଜି ଶାନ୍ତିପୂର୍ଣ ଭାବେ ବ୍ଲକ ସମ୍ମୁଖରେ ଧାରଣ ଦିଆଯାଇଥିବା ବେଳେ ଦାବି ପୂରାଣ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ଏଥିରେ ସଂଘର ଉପସଭାପତି ଭାରତୀ ବୁଦ୍ଧିଆ, କୋଷାଧ୍ୟକ୍ଷ ମମତା ଦୋରା, ସନ୍ତୋଷୀ ଗଉଡ଼, ଲତା ବେହେରା,ରଶ୍ମୀତା ଦାସ, କସ୍ତୁରୀ ମହାପାତ୍ର, ତପସ୍ଵିନୀ ବାଗ, ସୁରଭି ମହାପାତ୍ର, ସୁକାନ୍ତି ପ୍ରଧାନୀ, ସୁଭାଷିନୀ ସରାଫ, ରଜନୀ ପାତ୍ର, ଇନ୍ଦ୍ରାବତୀ ହରିଜନଙ୍କ ସମେତ ୨୬ ଗୋଟି ପଞ୍ଚାୟତର ସମସ୍ତ ଜିପିଏଲ୍ଏଫ୍ କର୍ମୀମାନେ ଉପସ୍ଥିତ ଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ