Hot Posts

6/recent/ticker-posts

ରାୟଗଡ଼ା ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି Y.କୋଣ୍ଡାବାବୁ ତରଫରୁ ସାମ୍ବାଦିକ ସମ୍ମିଳନୀ


ରାୟଗଡ଼ା, ୦୧ / ୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ଟ୍ରକ ମାଲିକ ସଂଘ ତରଫରୁ ରାୟଗଡ଼ା ସହର ସ୍ଥିତ କପିଳାସ ହୋଟେଲ ପାଖ ଅଫିସରେ ସାମ୍ବାଦିକ ସମ୍ବିଳନି ଡାକି ରାୟଗଡ଼ା ଜିଲ୍ଲା ପୂର୍ବତନ ସାଂସଦ ଶ୍ରୀ ଏନ.ଭାସ୍କର ରାଓଙ୍କ ନାମରେ ଗତ ୪୦ ବର୍ଷରେ ସେ ଟ୍ରକ୍ ମାଲିକ ସଂଘର ୬୦ କୋଟିରୁ ଉର୍ଦ୍ଧ ଟଙ୍କା ଆତ୍ମସାତ ଅଭିଯୋଗରେ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ ହୋଇଛି। ମାତ୍ର ପୋଲିସ ପ୍ରମାଣ ଅଭାବରୁ ଏଫ୍ ଆଇ ଆର ଗ୍ରହଣ କରୁନାହାନ୍ତି।
ତାର ପ୍ରତିବାଦ ସ୍ୱରୂପ ଶ୍ରୀ ଏନ୍.ଭାସ୍କର ରାଓଙ୍କ ଟ୍ରକ୍ ମାଲିକ ସଂଘ ସଭାପତି ଥିବା ସମୟରେ କେତେ ବର୍ଷ ରହି କେତେ ଟଙ୍କା ଆଦାୟ ହୋଇଥିଲା ଏବଂ ତାର ହିସାବ ସିଏ. ପୃଥିବୀରାଜ ଓ ଟ୍ରକ୍ ମାଲିକ ସଂଘ ସଭାପତି ଶ୍ରୀ Y. କୋଣ୍ଡାବାବୁ ବିସ୍ତୃତ ବିବରଣୀ ଦେବା ସହ ରାୟଗଡ଼ା ସହର ଏକ ଶାନ୍ତି ଶୃଙ୍ଖଳାର ସହର ଏହି ସହରରେ ଶ୍ରୀ ଏନ.ଭାସ୍କର ରାଓଙ୍କ ଟିମ୍ ଦ୍ଵାରା ବିଶୃଙ୍ଖଳା,ଜମି ମାଫିଆ ଦ୍ଵାରା ଜମି କବଜା କରିବା ସହ ବହୁତ୍ ଗୁଡାଏ ଟ୍ରକ୍ ମାଲିକ ମାନଙ୍କ ଟଙ୍କା ଆତ୍ମସାତ ଅଭିଯୋଗ କରିଛନ୍ତି। ଶ୍ରୀ Y. କୋଣ୍ଡାବାବୁ ଏହି ସବୁ ପ୍ରମାଣ ସହ ଶ୍ରୀ ଏନ୍.ଭାସ୍କର ରାଓଙ୍କ, ଏମ.ଚିତ୍ତୀ.ଏନ୍.କ୍ରିଷ୍ଣା ଏହି ୩ ଜଣକ ନାମରେ ଏତେଲ ଦେଲା ପରେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆନଗଲେ ରାୟଗଡ଼ା ଜିଲ୍ଲା ଟ୍ରକ ମାଲିକ ମାନେ ରାଜ ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରି ପ୍ରତିବାଦ କରିବେ ବୋଲି ଧମକ ଦେଇଛନ୍ତି।