କୋରାପୁଟ ଜିଲଲାପାଳଙ୍କୁ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରସନ୍ ତରଫରୁ ୟୁ.ଏସ.ଏ ସଙ୍ଗୀତ ପ୍ରଚଳନ ବିରୁଦ୍ଧରେ ପ୍ରତିବାଦ ,ସ୍ମାରକ ଓ ଦାବିପତ୍ର ।
କୋରାପୁଟ, ୦୧ / ୦୮ ( ବିପିନ୍ କୁମାର ହିଆଲ ) : ଅବିଭକ୍ତ କୋରାପୁଟ ଜିଲ୍ଲାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କୋରାପୁଟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ଓ ଦାବିପତ୍ର ଦେଇ ସଂଘ ସ୍ଲୋଗାନ ସହ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୟୁ.ଏ. ଏସ ସଂଗୀତ ପ୍ରଚଳନ ବିରୁଦ୍ଧରେ ପ୍ରତିବାଦ, ସ୍ମାରକ ଓ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଗଲା । ବିଶେଷ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବୀ ସଂପୂଣ୍ଣ ଭିତ୍ତିଭୂମି ନ ହେବା ପର୍ଯ୍ୟନ୍ତ ୧.ୟୁ.ଏସ.ଏ ପ୍ରଚଳନ ସଂଗୀତ ରଖାଯାଉ। ୨.ସେଲ୍ ଫୋନ୍,ଡାଟା, ନେଟୱର୍କ ବ୍ୟବସ୍ଥା କରାଯାଉ ।୩.ଆବଶ୍ୟକୀୟ ଶ୍ରେଣୀଗୃହ ଓ ଶିକ୍ଷକ ନିଯୁକ୍ତି କରାଯାଉ । ୪. ବାଲ୍ ବାଟିକାରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଉ । ଏହି ଦାବୀ ପୁରୁଣ କରିବା ଉଦ୍ଧେଶ୍ୟରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ତ୍ରିନାଥ ହରିଜନ ଓ ସଂପାଦକ ଶ୍ରୀ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ପଦଯାତ୍ରା ରାଲି ଆୟୋଜିତ କରାଯାଇଥିଲା । ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ଆଇନ୍ ଉପଦେଷ୍ଟା ଶ୍ରୀ ରମାକାନ୍ତ ରାଉଳ,ଉପଦେଷ୍ଟା ଶ୍ରୀ ଗକୁଳ ଚନ୍ଦ୍ର ପ୍ରଧାନ,ଉପସଭାପତି ଶ୍ରୀ ଅନିଲ୍ ଶିରିକା, ଆୟୋଜକ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ରଥ, କୋଷାଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ସାଗର ଉପସ୍ଥିତ ଥିଲେ।
କୋରାପୁଟ ଜିଲ୍ଲା ରିପୋର୍ଟର ବିପିନ୍ କୁମାର ହିଆଲଙ୍କ ରିପୋର୍ଟ୍ ନବଦୂତ ନିୟୁଜ