Hot Posts

6/recent/ticker-posts

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ NSS ଅଧିଗ୍ରହଣ ଉତ୍ସବ ଉତ୍ସାହର ସହ ପାଳିତ

ଜୟପୁର, ୦୮ / ୦୮ ( ଏ ଭେଙ୍କେଟ ରାଓ ) : ଜୟପୁର ଠାରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀ ଅଧିଗ୍ରହଣ ଉତ୍ସବ ପାଳିତ ହୋଇଯାଇଛି l ଏହି ଉତ୍ସବରେ ପିଜି କାଉନସିଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ ପ୍ରଶାନ୍ତ କୁମାର ପାତ୍ର, ଜାତୀୟ ସେବା ଯୋଜନା ବ୍ୟୁରୋ ର ମୁଖ୍ୟ ଡଃ ମନୋରଞ୍ଜନ ପ୍ରଧାନ ଯୋଗ ଦେଇ ଜାତୀୟ ସେବା ଯୋଜନା ରେ ସ୍ବେଛାକୃତ ଭାବେ ସେବାରେ ବ୍ରତୀ ହେବାପାଇଁ ଆଗଭର ହେବା ଏବଂ ସେବା ଯୋଜନାର ଛାତ୍ରଛାତ୍ରୀ ମାନେ ନିଜର ବ୍ୟକ୍ତିତ୍ୱ ର ପରିପ୍ରକାଶ କରିବା ସହ ନିଜ ଦାୟିତ୍ୱ ତଥା କର୍ତ୍ତବ୍ୟ ବିଷୟ କିପରି ସଚେତନ ହେବା ଜରୁରୀ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ l ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ପୁରୁଷ ବିଭାଗର ଶ୍ରୀ ଲୋକେଶ ପ୍ରଧାନ ଜାତୀୟ ସେବା ଯୋଜନା ର ବାର୍ଷିକ କାର୍ଯ୍ୟସୂଚୀ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଲେ l ଏହି ଉତ୍ସବରେ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା l ଏହି କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନା ର କାର୍ଯ୍ୟବାହୀ ଅଧିକାରୀ ମହିଳା ବିଭାଗ ର ଶ୍ରୀମତୀ ସୁକାନ୍ତି ସଏ ପରିଚାଳନା କରିଥିଲେ l ଏହି ଅବସରରେ ସତ୍ୟସାଇ ସଂଗଠନ ର ମିଳିତ ଉଦ୍ୟମ ରେ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l