Hot Posts

6/recent/ticker-posts

ଆସନ୍ତୁ ଜାଣିବା ବର୍ତ୍ତମାନର କୋରାପୁଟ ଜିଲ୍ଲା ସଂସ୍କୃତି ଅବସ୍ଥା।

କୋରାପୁଟ ଜିଲ୍ଲା ଏକ ଆଦିବାସି ଅଧୁଷ୍ୟତ ଜିଲ୍ଲା ଭାବେ ଗଣନା କରା ଯାଏ। ଏଠାରେ ଏକ ସମୟରେ ଅନୁସୂଚୀତ ଜାତି ଓ ଅନୁସଚିତ ଜନ ଜାତି ଲୋକେ ବହୁଳ ପରିମାଣରେ ବାସ କରୁଥିଲେ। ଏମାନଙ୍କ ଜୀବନ ଜୀବିକା ଓ ସଂସ୍କୃତି ସହରୀ ଜୀବନ ସଂସ୍କୃତି, ଜୀବନ ଜୀବିକା ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଓଡ଼ିଶା ରାଜ୍ୟର ଅନ୍ୟ କେତେକ ଜିଲ୍ଲା ମଧ୍ୟରୁ ଏହି ଜିଲ୍ଲାରେ ସର୍ବାଧିକ ୬୦ ରୁ ଉର୍ଦ୍ଧ୍ବ ଆଦିବାସି ଜାତି ଓ ଉପ ଜାତି ବସ ବାସ କରନ୍ତି। ସେମାନଙ୍କ ଭାଷା,କଳା,ସଂସ୍କୃତି, ଖାଦ୍ୟ ପେୟ,ଚିନ୍ତାଧାରା,ବ୍ୟବସାୟ, ହାଟ ବଜାର ,ପ୍ରାୟ ଅନ୍ୟ ଉପକୁଳ ବାର୍ତୀ ଅଞ୍ଚଳ ଲୋକଙ୍କ ଠାରୁ ଭିନ୍ନ ଦେଖାଯାଏ। ସେମାନଙ୍କ ବିବାହ, ପର୍ବ ପର୍ବାଣୀ, ପୂଜା ପାଠ ମଧ୍ୟ ଅନନ୍ୟା ଅଟେ। କିନ୍ତୁ ଧୀରେ ଧୀରେ ସବୁ ବିଷୟର ଲପ ହେବାକୁ ଯାଉଛି। ଆଦିବାସୀ ମାନେ ପ୍ରକୃତିକୁ ପୂଜା କରୁଥିଲେ, କିନ୍ତୁ ଅନ୍ୟ ଜିଲ୍ଲାର ଲକଙ୍କ ପ୍ରଭାବରେ, ପ୍ରକୃତି ଛାଡ଼ି ପ୍ରତିମା ପଛରେ ଦୋଡ଼ିବା ଦେଖା ଦେଉଛି। ନିଜ ଭାଷା ଓ ସଂସ୍କୃତ ଛାଡ଼ି ଅନ୍ୟ ସଂସ୍କୃତି ପଛରେ ଦୌଡ଼ୁଛନ୍ତି, ନିଜ ସଂସ୍କୃତି ଓ ଗ୍ରାମ୍ୟ ଦେବି ଦେବତା ଛାଡ଼ି ଅଜଣା ଦେଵତା ପଛରେ ଦୌଡ଼ିବା ଦେଖା ଯାଉଛି। ନିଜ ସଂସ୍କୃତି ର ପୋଷାକ ପିନ୍ଧିବା ପରିବର୍ତ୍ତେ ଅନ୍ୟ ରଙ୍ଗର ପୋଷାକ ପନ୍ଧି ନିଜ ଦେବତାଙ୍କୁ ଅପମାନ କରିଥିବା ପରିଲକ୍ଷିତ ହେଉଛି। ତେଣୁ ଆସନ୍ତୁ କୋରାପୁଟ ଜିଲ୍ଲା ବାସୀ ସଚେତନ ହେବା, ଏବଂ ଆମ ପିତୃ ପୁରୁଷ ଆରାଧ୍ୟା ଦେବୀ ଦେବତାଙ୍କ ପୂଜାରେ ମନ ଦେଇ ନିଜ ସଂସ୍କୃତି ବଞ୍ଚାଇବା।


ଲେଖକ ରଜତ କୁମାର ବାଘ