ସେମିଳିଗୁଡ଼ାରେ ସ୍ୱାଧୀନତା ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ
ସେମିଳିଗୁଡା, ୧୫ / ୦୮ ( ସୁମତି ଟାକ୍ରୀ ) : ସେମିଳିଗୁଡା ପ୍ରେସ୍ କ୍ଳବ୍ ଠାରେ ନିଷ୍ଟା ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା ,ମୁଖ୍ୟ ଅତିଥି ଭାବ ସୁନାବେଡ଼ା ମ୍ୟୁନିସିପାଲଟି ର ଚେୟରମେନ ଶ୍ରୀଯୁକ୍ତ ରାଜେନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ 18 ନମ୍ୱର୍ ୱାର୍ଡ ର କାଉନସିଲର ମମତା ରାୟ ଓ ନିଷ୍ଟା ର ଅନ୍ୟ ସଦସ୍ୟ ମାନେ ମଧ୍ୟ ଯଗୋଦେଇ ଥିଲେ। କୋରାପୁଟ ସହୀଦ ଲକ୍ଷମଣ ନାୟକ କଲେଜ ହସ୍ପିଟାଲ୍ ରକ୍ତ ଭଣ୍ଡାର ଷ୍ଟାଫ୍ ଉପସ୍ଥିତ ରହି 55ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଦେଶ ସ୍ବାଧୀନ ପାଇଁ ବୀର ପୁରୁଷ ମାନେ ଜୀବନ ଦେଇ ଆମ କୁ ସ୍ଵାଧୀନ ଆଣି ଦେଇଛନ୍ତି । ଆମେ ଆଜି ପବିତ୍ର ସଧୀନତା ଦିବସ ରେ ଆମେ ରକ୍ତ ଦାନ କରି କିଛି ଲୋକଙ୍କ ଜୀବନ ବଞ୍ଚଇବା ପାଇଁ ଏହି କାର୍ଯ୍ୟକ୍ରମ କରିଛୁ ବୋଲି ନୀଷ୍ଟା ର ସଭା ନେତ୍ରୀ କହିଛନ୍ତି। ରକ୍ତ ଦାନ ଜୀବନ ଦାନ ଏକ ମହତ୍ କାର୍ଯ୍ୟ ତେଣୁ ରକ୍ତ ଦାନ କରିବା ଦରକାର ବୋଲି ସମାଜ କୁ ପ୍ରେରଣା ଦେଇଛନ୍ତି ।