Hot Posts

6/recent/ticker-posts

ସମିତି ସଭ୍ୟାଙ୍କ ସ୍ବାମୀ ହେମାରବିନ୍ଦ ଙ୍କ ପରଲୋକ

କର୍ଲାମୁଣ୍ଡା, ୧୪/୦୮ ( ସୁଶାନ୍ତ ରଣା ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସମିତି ସଭ୍ୟା ନିରୂପମା ଭୋଇଙ୍କ ସ୍ବାମୀ ଙ୍କ ଅକାଳ ବିୟୋଗ ରେ ବୁଧବାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ସୂଚନା ମତେ ସମିତି ସଭ୍ୟା ଙ୍କ ସ୍ବାମୀ ହେମାରବିନ୍ଦ ଭୋଇ (୪୮) ବୁଧବାର ଅସୁସ୍ଥ ହେବାରୁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ ଓ ଡାକ୍ତରଖାନା ରେ ହିଁ ହୃଦଘାତ ରେ ମୃତ୍ୟୁ ଘଟିଥିବା ଜଣାପଡିଛି I ତାଙ୍କ ର ଦୁଇ ଝିଅ ଓ ପତ୍ନୀ ତଥା ସାନ ଦୁଇ ଭାଇ ଅଛନ୍ତି I ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଜଡିତ ହେବା ସହ ରାଜପୁର ପଞ୍ଚାୟତ କନ୍ଧ ସମାଜ ର ଯୁବ ସଭାପତି ଥିଲେ I କନ୍ଧ ସମାଜ ର ଯୁବ ସଙ୍ଘଠକ ଭାବେ ବେଶ ସୁନାମ ଅର୍ଜନ କରିଥିଲେ I ତାଙ୍କ ବିୟୋଗ ରେ କନ୍ଧ ସମାଜ ର ବିରାଟ କ୍ଷତି ଘଟିଛି ବୋଲି ଆଦିବାସୀ ନେତା ନନ୍ଦି କିଶୋର ଭୋଇ ପ୍ରକାଶ କରିଛନ୍ତି I