Hot Posts

6/recent/ticker-posts

ତେଲେଙ୍ଗାନା ଦୁର୍ଘଟଣାରେ ମୃତ ୩ ଶ୍ରମିକଙ୍କ ପରିବାରକୁ ୪ ଲକ୍ଷର CMRF ସହାୟତା

ଝରିଗାଁ, ୧୪ / ୦୮ ( ନକୁଳ ଭତ୍ରା ) : ତେଲେଙ୍ଗାନା ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଲେଖାଏଁ ମୂଖ୍ୟ ମନ୍ତ୍ରୀ ରିଲିଫ (CMRF) ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ନିର୍ବାଚନ ମଣ୍ଡଳୀର ବକଡ଼ାବେଡ଼ା ଗାଁରେ ୩ ଦାଦାନ ଶ୍ରମିକ ଦୁର୍ଘଟଣା ଗ୍ରସ୍ତ ଖବର ଜାଣିବା ପରେ । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ପ୍ରତି ମୁତ୍ୟୁକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ୍ (CMRF ) ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଖବର   ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ  ନରସିଂ ଭତ୍ରା ଙ୍କ ନିକଟର ପହଞ୍ଚିବା ପରେ । ସାଙ୍ଗେ  ସାଙ୍ଗେ ରାତ୍ରି ୯ ଘଟିକା ସମୟରେ ନିଜେ ନରସିଂ ଭତ୍ରା ସାଂସଦ  ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସମେତ କାର୍ଯ୍ୟକର୍ତ୍ତା, ସୁଜନ ଭକ୍ତ ,ଅର୍ଜୁନ ଭତ୍ରା, ଶିବରାମ ଭତ୍ରା, ପିତାମ୍ବର ମାଝୀ, ରଞ୍ଜିତ ଖୁରା , ଗୁରୁବନ୍ଧୁ ପୂଜାରୀ, ସାହଦେବ ପନକା,ଯୁଗସାୟ କଲାର , ଭଜନ କଳାର ସନ୍ଧୀପ ମିରଦା , ପରିବାର ବର୍ଗଙ୍କ ନିକଟକୁ ଯାଇ ସହାୟତା ରାଶି ମୂଖ୍ୟ ମନ୍ତ୍ରୀଙ୍କ ଘୋଷଣା ଖବର ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରି  ସମବେଦନା ଜଣାଇଥିଲେ । ସମସ୍ତ କର୍ମକର୍ତ୍ତା ଉପ୍ରସ୍ଥିତ ଥିଲେ।