Hot Posts

6/recent/ticker-posts

କେନ୍ଦୁଝରରେ ସାପ କାମୁଡ଼ାରେ ମା’–ପୁଅଙ୍କ ଦୁଃଖଦ ମୃତ୍ୟୁ

କେନ୍ଦୁଝର , ୧୪ / ୦୮ : କେନ୍ଦୁଝର ଜିଲ୍ଲାର ଘଷିପୁର ବ୍ଲକ୍‌ର ରାଧିକାଦେଇପୁର ଗ୍ରାମରେ ବୁଧବାର ରାତିରେ ଘଟିଥିବା ଏକ ହୃଦୟବିଦାରକ ଅଘଟଣା ସ୍ଥାନୀୟଙ୍କୁ ଶୋକାକୁଳ କରିଦେଇଛି। ବିଷାକ୍ତ ସାପର କାମୁଡ଼ାରେ ଜଣେ ମା’ ଏବଂ ତାଙ୍କ ୪ ବର୍ଷର ପୁଅର ଜୀବନ ଚାଲିଯାଇଛି । ସୂତ୍ରମାନଙ୍କ କହିବା ଅନୁଯାୟୀ, ଘଟଣା ସମୟରେ ଜେମାମଣୀ ମୁଣ୍ଡା ଏବଂ ତାଙ୍କ ପୁଅ ଗଣେଷ ରାତିରେ ଖାଇ ସାରି ଘରେ ଶୁଇଥିଲେ। ହଠାତ୍‌ ଏକ ବିଷାକ୍ତ ସାପ ଶୋଇଥିବା ସ୍ଥାନରେ ପହଞ୍ଚି, ଉଭୟଙ୍କୁ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ତତ୍କ୍ଷଣାତ୍‌ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ପ୍ରଥମେ ନିର୍ମଳ ପ୍ରାଣ ଗଣେଷ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରାଇଥିଲା। ପୁଅର ମୃତ୍ୟୁ ପରେ କିଛି ସମୟରେ, ଶୋକାକୁଳ ମା’ ମଧ୍ୟ ଏହି ପୃଥିବୀକୁ ଛାଡ଼ିଦେଲେ। ଏହି ଦୁର୍ଦାୟୀ ଘଟଣାରେ ପରିବାରରେ ଅସହ୍ୟ ଶୋକର ଛାୟା ପଡ଼ିଥିବା ବେଳେ, ସମଗ୍ର ଗ୍ରାମରେ ଶୋକର ମେଘ ଘନିଭୂତ ହୋଇଛି।